ଜୟପୁର : ପତ୍ର ତୋଳା ଆରମ୍ଭ କରିଛନ୍ତି କେନ୍ଦୁପତ୍ର ତୋଳାଳି। ମନରେ ଖୁସି। ପୁଣି ମିଳିଲା ସେମାନଙ୍କୁ ରୋଜଗାରର ପନ୍ଥା। ହାତବାନ୍ଧି ବସିଥିବା ହଜାର ହଜାର କେନ୍ଦୁପତ୍ର ତୋଳାଳି ଏବେ ରୋଜଗାର କରୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ରେଞ୍ଜର ୬୬ ହଜାର କେନ୍ଦୁପତ୍ର ତୋଳାଳି, ୧୨୦୦ ପତ୍ର ବନ୍ଧାଳି ଓ ୩୦୦ରୁ ଅଧିକ ଦୈନନ୍ଦିନ ଶ୍ରମଜୀବୀ ଦି ପଇସା ରୋଜଗାର କରୁଛନ୍ତି।
ତେବେ ବିଳମ୍ବରେ ପତ୍ର ତୋଳିବା ଯୋଗୁ ବହୁତ କ୍ଷତି ସହିବାକୁ ପଡ଼ିଛି । ଅଧିକାଂଶ ପତ୍ର ନଷ୍ଟ ହୋଇ ଯାଇଛି । ଏ କଥା କହିଛନ୍ତି କେନ୍ଦୁପତ୍ର ବ୍ୟବସାୟୀ। ତଥାପି ସାମାଜିକ ତୂରତ୍ୱ ଉପରେ ଗୁରୁତ୍ୱ ଦିଆଯିବା ସହ ଏହି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା କହିଛନ୍ତି କେନ୍ଦୁଲିପି ଡିଭିଜନ୍ ଡିଏଫ୍ଓ ।