Odia News Portal

୧୦ଟି ଶ୍ରମିକ ପରିବାରକୁ କ୍ୱାରଣ୍ଟାଇନ ରଖିଲା ପୋଲିସ

ଯାଜପୁର : ଠିକାଦାର ରହିବ ଖାଇବା କଥା ନବୁଝିବାରୁ ବାଧ୍ୟହୋଇ ଘରକୁ ଫେରୁଥିଲେ ୧୦ଟି ଶ୍ରମିକ ପରିବାରର ୨୮ ଜଣ ସଦସ୍ୟ। ଅଧବାଟରୁ ଉଠାଇ ନେଇ କ୍ୱାରଣ୍ଟାଇନରେ ରଖିଲା ପୋଲିସ । ଶ୍ରମିକ ମାନେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରୁ ଯାଜପୁର କୋଇଥାନା ତୁଳତୀ ଠାରେ କାମ କରିବାକୁ ଆସିଥିଲେ ।

ଆଜି କୋରେଇ ବ୍ଲକ୍ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଠିକାଦାର ଏମାନଙ୍କ କଥା ବୁଝିବାରେ ଅକ୍ଷମତା ପ୍ରକାଶ କରିଥିଲା । ଯାହା ଫଳରେ ଏମାନେ ଘରକୁ ଫେରିଯିବାକୁ ମନସ୍ଥ କଲେ । ଏଥିପାଇଁ ଦୀର୍ଘ ୧୦୦ କିମି ବାଟ ଚାଲିଚାଲି ଘରକୁ ଯିବାକୁ ବାହାରିଥିଲେ । ଯାଜପୁର ଜିଲ୍ଲାର ବର୍ଡ଼ର ଦରଦା ଚେକପୋଷ୍ଟ ଠାରେ ରାମଚନ୍ଦ୍ରପୁର ପୋଲିସ ଏମାନଙ୍କୁ ଅଟକାଇ କ୍ବାରେଣ୍ଟାଇନରେ ପଠାଇଛି ।