ପୁରୀ : ସାରା ବିଶ୍ବରେ ମହାମାରୀ କରୋନା ସହ ଲଡୁଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ସଚେତନତା ସୃଷ୍ଟି କରାଯାଇଛି। ମହାମାରୀ କରୋନା ମୁକାବିଲା ପାଇଁ ଗୋପ ବ୍ଲକ ଅନ୍ତର୍ଗତ ଇତିଭୂଆ ପଞ୍ଚାୟତରେ ସୋମବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆଇ. ଜି. ପି ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ଏହି ବୈଠକରେ ଇତିଭୂଆ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଭଶ୍ରୀ ଦାସଙ୍କ ଅଧ୍ୟକ୍ଷତା କରିଥିଲେ । ଅନ୍ୟା ରାଜ୍ୟରୁ ଆମ ରାଜ୍ୟକୁ ବାହାରୁ ଫେରୁଥିବା ପଞ୍ଚାୟତର ଲୋକଙ୍କୁ କିଭଳି ସଙ୍ଗରୋଧରେ ରଖାଯିବ, ପଞ୍ଚାୟତବାସୀ କିଭଳି ସାମାଜିକ ଦୂରତା ରଖି ଚଳପ୍ରଚଳ କରିବେ, ସ୍ଵଚ୍ଛତା ଓ ସଚେତନତା ଦିଗ ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା ହୋଇଥିଲା ।
ବାହାର ରାଜ୍ୟରୁ ପଞ୍ଚାୟତର ପ୍ରାୟ ୧ଶହରୁ ଉର୍ଦ୍ଧ ଲୋକେ ଫେରିବେ ବୋଲି ଅନୁମାନ କରାଯାଇଛି । ସେମାନଙ୍କ ରହିବା ଓ ଖାଇବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ବିଦ୍ୟାଳୟ କୋଠରୀରେ ସେମାନଙ୍କ ରହଣି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ତେଣୁ ଲୋକଙ୍କ ଫେରିବା ପାଇଁ ପ୍ରଥମେ ପଞ୍ଜୀକରଣ କରାଯିବ ଏନେଇ ବିଏଲ୍ଓମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ପରେ କେଉଁମାନେ ବାହାରୁ ଫେରିବେ ସେମାନଙ୍କ ନାମ ନୋଡ଼ାଲ ଅଫିସରଙ୍କୁ ଦେବେ । ନୋଡାଲ ଅଫିସର ଏହି ନାମ ଅନ୍ଲାଇନ୍ରେ ପଞ୍ଜୀକରଣ କରିବେ ବୋଲି କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ।
ଏହି ବୈଠକରେ ସରପଞ୍ଚଙ୍କ ସହିତ ପୁରୀ ସଂସାଦଙ୍କ ଗୋପ ବ୍ଲକ ପ୍ରତିନିଧି ବାଲୁଙ୍କେଶ୍ବର ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ରାଉତ, ସମିତିସବ୍ୟ ସୁମନ୍ତ ଚନ୍ଦ୍ର ବେହେରା, ନାଏବ ସରପଞ୍ଚ ସୁକାନ୍ତ କୁମାର ସ୍ଵାଇଁ, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟ, ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ।