କରୋନା ଭାଇରସ କାରଣରୁ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି। ଏଥିପାଇଁ ସମସ୍ତ ଲୋକମାନେ ନିଜ ନିଜ ଘରେ ବନ୍ଦ ହୋଇରହିଛନ୍ତି। ଏହିକାରଣରୁ କିଛି ଲୋକଙ୍କୁ ବୋରିଂ ଅନୁଭବ ହେଉଛି। ଲୋକମାନଙ୍କର ଏହି ବୋରିଂ ଅନୁଭବ ଦୂର କରିବା ପାଇଁ ଆଜି ଗୁଗଲ ଡୁଡଲ ଜରିଆରେ ପୁରୁଣା ଲୋକପ୍ରିୟ କ୍ରିକେଟ ଗେମ ପୁଣିଥରେ ଲଞ୍ଚ କରିଛି। ସୂଚନା ମୁତାବକ କମ୍ପାନୀ ଏହି କ୍ରିକେଟ ଗେମକୁ ପ୍ରଥମେ ୨୦୧୭ମସିହାରେ ଲଞ୍ଚ କରିଥିଲା, ଯାହାକୁ ଲୋକମାନେ ଖୁବ ପସନ୍ଦ କରିଥିଲେ।
ଗୁଗଲ ୨୦୧୭ମସିହାରେ ଆଇସିସି ଚାମ୍ପିୟନ ଟ୍ରଫିକୁ ଧ୍ୟାନରେ ରଖି ଏହି ଗେମକୁ ଲଞ୍ଚ କରିଥିଲା। ବର୍ତ୍ତମାନ ପୁଣିଥରେ ଏହି ଗେମ ଡୁଡଲ ଜରିଆରେ ଦେଖିବାକୁ ମିଳିଛି। ଲୋକମାନେ ଏହି ଗେମ ଜରିଆରେ ବିନା ଘରୁ ନବାହାରି କ୍ରିକେଟର ମଜା ନେଇପାରିବେ। ଏଥିସହ ଆପଣଙ୍କୁ ବୋରିଂ ମଧ୍ୟ ଲାଗିବ ନାହିଁ।
ଜାଣନ୍ତୁ କିପରି ଖେଳିବେ ଗେମ
-ଯଦି ଆପଣ ମଧ୍ୟ ଗୁଗଲର କ୍ରିକେଟ ଗେମ ଖେଳିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ ଗୁଗଲର ଡୁଡଲକୁ ଯାଇ କ୍ଲିକ କରିବାକୁ ପଡିବ। ଏହାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିଯିବ।
-ଏହି ପେଜରେ ଆପଣଙ୍କୁ କ୍ରିକେଟ ଗେମ ଦେଖାଯିବ, ଯାହା ଉପରେ ଆପଣଙ୍କୁ ୨ ଥର କ୍ଲିକ କରିବାକୁ ପଡିବ।
-କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଅନ୍ୟ ଏକ ପେଜ୍ ଖୋଲିବ। ଏହାପରେ ଏଠାରେ ଆପଣଙ୍କୁ ପ୍ଲେୟର୍ସ ଏବଂ ଦର୍ଶକ ନଜର ଆସିବେ।
-ଏହି ଗେମରେ ଆପଣ କେବଳ ବ୍ୟାଟିଂ କରିପାରିବେ ଏବଂ ଏଥିରେ ଆପଣଙ୍କୁ ଗୋଟିଏ ଥରରେ ଅଧିକରୁ ଅଧିକ ରନ କରିବାକୁ ପଡିବ।