Odia News Portal

ପୁଣି କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ୱାର୍ଡ ନଂ ୩୭ରେ ରାସନ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର : ନୁଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ୱାର୍ଡ ନଂ ୩୭ ଅନ୍ତର୍ଗତ ଭୋଇସାହିରେ ପ୍ରାୟ ୧୫୦ ପରିବାରକୁ ରାସନ ସାମଗ୍ରୀ ପ୍ୟାକେଟ ବଣ୍ଟନ କରାଯାଇଛି । ଲକ ଡାଉନ ଯୋଗୁଁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାରେ ସମସ୍ୟା ଓ ଲୋକଙ୍କ ରୋଜଗାର ଉପରେ ଏହାର ପ୍ରଭାବ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିଷଦର ସଭ୍ୟମାନେ ସାହାଯ୍ୟର ହାତ ବଢ଼ାଇ କଷ୍ଟ ଲାଘବ ପାଇଁ ଚେଷ୍ଟା କରିଛନ୍ତି । ଆର୍ଥିକ ଦୃଷ୍ଟି କୋଣରୁ ସ୍ୱଚ୍ଛଳ ନଥିବା ଓ ରାସନ କାର୍ଡ ଏବଂ ବିଭିନ୍ନ ଯୋଜନାରୁ ବଞ୍ଚିତ ପରିବାରକୁ ସହଯୋଗ ଯୋଗାଇଦେବା ଉଦ୍ୟମ ଅବ୍ୟାହତ ରହିଛି ବୋଲି ପରିଷଦ ସଭାପତି ଅର୍ଜୁନ ବେହେରା କହିଛନ୍ତି  ।

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନିର୍ଦ୍ଦେଶ ମୁତାବକ ସରକାରୀ ନିଅମକୁ ମାନି ଆମ ମାନଙ୍କୁ ପୂର୍ଣ ସହଯୋଗ ଯୋଗାଇ ଆସୁଥିବା କୌଣସି ନାଗରିକ ଯେମିତି ଭୋକରେ ନରୁହନ୍ତି ସେଥିପ୍ରତି ଗୁରୁତ୍ୱ ଦିଅ , ବିଧାୟକଙ୍କ ଆଗ୍ରହ ଓ କ୍ରୀଡ଼ା ପରିଷଦ ସମ୍ପାଦକ ମନୋରଞ୍ଜନ ବେହେରା , ଗଣେଶ ,ପ୍ରଭୁଦତ୍ତ , ସୀମାଞ୍ଚଳ , ନିହାର , ମହେଶ୍ବର ଏବଂ ମା ଦରୁଆଣି ଆଦର୍ଶ କ୍ଲବର ସଦସ୍ୟ ଦିବାକର , ବିଶ୍ୱଜିତ , ବିଜୟ , ଗୁଡୁ ଓ ଅନେକ ଉଦ୍ୟମୀ ଯୁବକ ବନ୍ଧୁଙ୍କ ସ୍ୱେଚ୍ଛାକୃତ ମନୋଭାବ ଯୋଗୁଁ ଏହି ପ୍ରୟାସ ସଫଳ ହୋଇପାରିଛି ।