ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ସୁକତେଲ ନଦୀ ଉପରେ ଭୁଶୁଡିଲା ନିର୍ମାଣାଧୀନ ବ୍ରଜ୍ । ବ୍ରଜ୍ ଭୁଶୁଡି ଫଳରେ ଚାପି ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହି।
ସୂଚନା ମୁତାବିକ, ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ସୁକତେଲ ନଦୀର ତମିଆ ମୁଦଲସର ରାସ୍ତାରେ ଥିବା ବ୍ରିଜ ଆଜି ଭୁଷୁଡି ପଡିଛି । ବ୍ରିଜଟି ଭୁଶୁଡିବା ଦ୍ୱାରା ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।