Odia News Portal

ଏହି ଘଣ୍ଟାର ଦାମ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ଘଣ୍ଟା ପିନ୍ଧିବା ସମସ୍ତଙ୍କ ପସନ୍ଦ କିନ୍ତୁ ଏକ ସମୟ ଥିଲା ଯେତେବେଳେ ହାତ ଗଣତି କିଛି ଲୋକଙ୍କ ପାଖରେ ଘଡି ରହିଥିଲା। ଏନେଇ ଆପଣ କେବେ ଚିନ୍ତା କରିଛନ୍ତି କି ବର୍ତ୍ତମାନ ସମସ୍ତଙ୍କ ପସନ୍ଦ ଆସିଥିବା ହାତ ଘଣ୍ଟାକୁ ପ୍ରଥମେ କିଏ ତିଆରି କରିଥିଲେ ଏବଂ ସେ ଘଣ୍ଟା କିପରି ଦେଖାଯାଉଥିଲା? ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ କିଛି କଥା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ବିଶ୍ୱର ସବୁଠାରୁ ପ୍ରଥମ ଘଣ୍ଟାକୁ ‘ପୋମୌଣ୍ଡର ୱାଚ ଅଫ ୧୫୦୫’ କିମ୍ବା ‘ୱାଚ ୧୫୦୫’ ଙ୍କ ନାଁରେ ଜଣାଶୁଣା। ଏହାକୁ ଜର୍ମାନ ଆବିଷ୍କାରକ ପିଟର ହେନଲେନ ନିର୍ମାଣ କରିଥିଲେ। ପିଟର ହେନଲେନ ଏହି ଘଣ୍ଟାକୁ ପାଖାପାଖି ୫୧୫ ବର୍ଷ ପୂର୍ବରୁ ଅର୍ଥାତ ୧୫୦୫ ମସିହାରେ ତିଆରି କରିଥିଲେ।

କୁହାଯାଏ, ୧୯୮୭ ମସିହାରେ ଘଣ୍ଟା ତିଆରି କରୁଥିବା ଜଣେ ଯୁବକ ଲଣ୍ଡନର କବାଡି ମାର୍କେଟ ଠାରୁ ୧୦ ପାଉଣ୍ଡ ଅର୍ଥାତ ବର୍ତ୍ତମାନ ହିସାବରେ ପାଖାପାଖି ୯୪୭ଟଙ୍କାରେ ପୋମୌଣ୍ଡର କିଣିଥିଲେ କିନ୍ତୁ ଏହା ବିଶ୍ୱର ପ୍ରଥମ ଘଣ୍ଟା ବୋଲି ତାଙ୍କୁ ଜଣା ନଥିଲା। ସେହି ଘଣ୍ଟାକୁ ସେ ଅନେକ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖିବା ପରେ ୨୦୦୨ ମସିହାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ। ଏହି ଘଣ୍ଟାକୁ ଯିଏ କିଣିଥିଲେ ତାଙ୍କୁ ମଧ ଏହାର ମୂଲ୍ୟ ଜଣାନଥିଲା। ଏହିକାରଣରୁ ସେ ମଧ୍ୟ ଅନ୍ୟ ଜଣଙ୍କୁ ଏହି ଘଣ୍ଟା ବିକ୍ରି କରିଦେଇଥିଲେ।

ଶେଷରେ ଯେତେବେଳେ ଏହି ଘଣ୍ଟା ଜଣେ ରିସର୍ଚ୍ଚ କରୁଥିବା ଯୁବକଙ୍କ ହାତରେ ଲାଗିବା ପରେ ଏହା ବିଶ୍ୱରେ ପରିଚୟ ମିଳିଥିଲା। କୁହାଯାଏ ଏହି ଘଣ୍ଟା ପିଟର ହେନଲେନଙ୍କ ନିଜ ଘଣ୍ଟା ଥିଲା, ଯାହାକୁ ସେ ସବୁବେଳେ ନିଜ ପାଖରେ ରଖୁଥିଲେ।

ବିଶ୍ୱର ସବୁଠାରୁ ପ୍ରଥମ ଘଣ୍ଟାର ସବୁଠାରୁ ଖାସ କଥା ହେଉଛି, ଏହା କପର(ତମ୍ବା) ଏବଂ ସୁନାରେ ନିର୍ମିତ। ଆଜିକା ସମୟରେ ଏହି ଘଣ୍ଟାର ମୂଲ୍ୟ ୫୦ ରୁ ୮୦ ମିଲିୟନ ଡଲାର ଅର୍ଥାତ ପାଖାପାଖି ୩୮୧ କୋଟି ଟଙ୍କା ରୁ ୬୧୧ କୋଟି ଟଙ୍କା ମଧ୍ୟରେ ହୋଇପାରେ।