Odia News Portal

ମୋର ଚିଣ୍ଟୁ ବାବା ଜଣେ ଭଲ ଓ ଖୁସିମିଜାଜର ଲୋକ ଥିଲେ : ଅରୁଣା ଇରାନୀ

ମୁମ୍ୱାଇ :  ଅରୁଣା ଇରାନୀ ଓ ରିଷି କପୁର ୧୯୭୦-୮୦ ଦଶକର ଫିଲ୍ମ , ‘ସରଗମ୍’ , ‘ଖେଲ୍‌ ଖେଲ୍‌ ମେଁ’ ଓ ‘ଘର ଘର କି କହାନୀ’ ଆଦିରେ କାମ କରିଛନ୍ତି। କିନ୍ତୁ  ରିଷିଙ୍କ ଡେବ୍ୟୁ ଫିଲ୍ମ  ‘ବବି’ ରେ ଉଭୟଙ୍କ ଦ୍ୱାରା ଦୃଶ୍ୟାୟନ ହୋଇଥିବା ଗୀତ ‘ମେଁ ଶାୟର ତୋ ନହିଁ…’ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛି ।

ଅରୁଣା ଇରାନୀ କହିଛନ୍ତି , ମୋର ଚିଣ୍ଟୁ ବାବା ଜଣେ ଭଲ ଓ ଖୁସିମିଜାଜର ଲୋକ ଥିଲେ । ତାଙ୍କ ସହ କାମ କରିବା ସହଜ ଥିଲା । ଆମେ ସବୁ ତାଙ୍କୁ ଚିଣ୍ଟୁ ବାବା ଭାବେ ଡାକୁଥିଲୁ ।

ଅରୁଣା କହିଛନ୍ତି , ‘ବବି’ ତାଙ୍କର ପ୍ରଥମ ଫିଲ୍ମ ଥିଲା। ତାଙ୍କର ପିତା ରାଜ କପୁର ତାଙ୍କୁ ତାଗିଦ୍‌ କରୁଥିଲେ। କିନ୍ତୁ ସେ କେବେ ଖରାପ ଭାବୁ ନଥିଲେ। ଯଦି ତାଙ୍କ ବାପା ତାଙ୍କୁ କିଛି କହୁଥିଲେ ତ , ସେ କହୁଥିଲେ ଏହା ତାଙ୍କର ଭଲ ପାଇଁ କହୁଛନ୍ତି। ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ ଯେ , ସେ ଜଣେ ଭଲ ଅଭିନେତା ଥିଲେ। ଆଉ ଭଲ ମଣିଷ ଜଣେ । ଆଉ ମଧ୍ୟ ସେ କେବେ ଏକା ଖାଦ୍ୟ ଖାଉନଥିଲେ ।  ସମସ୍ତଙ୍କ ସହ  ଏକାଠି ବସି ଖାଉ ଥିଲେ।  ଏମିତି ବନ୍ଧୁ କେଉଁଠୁ ପାଇବେ ?

ଅରୁଣା କହିଛନ୍ତି ,  ଏକ ଫିଲ୍ମ ସୁଟିଂ ପାଇଁ ଆମେ ଦୂର ସ୍ଥାନକୁ ଯାଇଥିଲୁ ।  ସେଠାରେ ବହୁତ  ମଶା ଯୋଗୁଁ  ଆମେ ଶୋଇ ପାରିନଥିଲୁ ।  ଆମେ ଚିଣ୍ଟୁଙ୍କୁ କହିଲୁ , ସେ ପ୍ରଡ୍ୟୁସରଙ୍କୁ ଡାକି  ଲୋକେସନ ବଦଳାଇଥିଲେ ।