ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ ସର୍ବଦା ଲୋକଙ୍କ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥାନ୍ତି । ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ଦେଶ ଅନେକ ସଙ୍କଟ ଦେଇ ଗତି କରୁଛି । ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ସଲମାନ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେ ହଜାର ହଜାର ଅଭାବୀଙ୍କୁ ରାସନ ଯୋଗାଉଛନ୍ତି । ଗତ କିଛି ଦିନ ପୂର୍ବରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ନିଜ ଫାର୍ମହାଉସରେ ପରିବାର ସଦସ୍ୟଙ୍କ ସହ ମିଶି ଟ୍ରାକ୍ଟର ଓ ଶଗଡ଼ ଗାଡିରେ ରାସନ ଭର୍ତ୍ତି କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ସଲମାନ ପୁଣିଥରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଲକଡାଉନ ଯୋଗୁଁ ଅସୁବିଧାରେ ଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଯୋଗେଇଦେବା ପାଇଁ ସେ ଏକ ନୂଆ ଉପାୟ ବାହାର କରିଛନ୍ତି।
ନିକଟରେ ସଲମାନଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଏକ ଟ୍ରକ ଦେଖିବାକୁ ମିଳିଛି ଯେଉଁଥିରେ ବିଙ୍ଗ ହଙ୍ଗରୀ ଲେଖାଯାଇଛି । କିଛି ଲୋକ ଟ୍ରକରୁ ରାସନ କାଢି ଲୋକଙ୍କୁ ବାଣ୍ଟୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଜଣେ ଶିବସେନା ନେତା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଲମାନଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।
ରାହୁଲ ଏଲ କନଲ ନାମକ ଆଉ ଜଣେ ୟୁଜର ମଧ୍ୟ ଏଥିପାଇଁ ସଲମାନଙ୍କୁ ଟ୍ୱିଟରରେ ଧନ୍ୟବାଦ ଜଣାଇଛନ୍ତି | ସେ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ‘ଚୁପ ଚାପ ସବୁ ଲୋକଙ୍କୁ ସାହାଯ୍ୟ କରୁଥିବା ଯୋଗୁଁ ଥାଙ୍କ ୟୁ। ମାନବ ସେବା ହିଁ ସର୍ବ ଶକ୍ତିମାନ ସେବା । ମୁଁ ନିଶ୍ଚିତ ଲକଡାଉନ ନିୟମ ପାଳନ କରିବାକୁ ଚେଷ୍ଟା କରିବି ଏବଂ ଆମର ଫ୍ୟାନ କ୍ଲବ ପରିବାର ତରଫରୁ ମଧ୍ୟ ଏହିଭଳି ପ୍ରୟାସ କରିବାକୁ ଅନୁରୋଧ କରିବି।’