Odia News Portal

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅସୁସ୍ଥ

ରାୟପୁର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଅସୁସ୍ଥ। ହଠାତ ତାଙ୍କୁ ଆଜି ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେବାପରେ ରାୟପୁରର ଏକ ହସ୍ପିଟାଲାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କୁ ଆର୍ଡିଆଟିକ୍ ଆରେଷ୍ଟ ହୋଇଛି। ସ୍ଥିତି ବିଗିଡିବାର ଦେଖି ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି। ଅଜିତ ଯୋଗୀଙ୍କୁ ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କର ସ୍ଥିତି ଖୁବ୍ ଗମ୍ଭୀର।

ଉଲ୍ଲେଖନୀୟ ଯେ,ମେଡିକାଲ ସାଇନ୍ସରେ କାର୍ଡିଆଟିକ୍ ଆରେଷ୍ଟ ସେହି ଅବସ୍ଥାକୁ କୁହାଯାଏ, ଯେତେବେଳେ ହାର୍ଟ ଶରୀର ଭିତରେ ଥିବା ରକ୍ତ  ପମ୍ପ କରିବାକୁ ବନ୍ଦ କରିଦେଇଥାଏ। କାର୍ଡିଆଟିକ୍ ଆରେଷ୍ଟ ଅଚାନକ ହୋଇଥାଏ। ଯେଉଁ ଲୋକଙ୍କୁ ହୃଦରୋଗ ରହିଚି ତାଙ୍କୁ କାର୍ଡିଆଟିକ୍ ଆରେଷ୍ଟ ହେବାର ଆଶଙ୍କା ଖୁବ୍ ଅଧିକ।

ହସ୍ପିଟାଲ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ ସମୟରେ ଅଜିତ ଯୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।  ଏହା ଭିତରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ଫୋନ୍ କରି ଅଜିତ ଯୋଗୀଙ୍କ ପୁଅ ଅମିତଙ୍କ ସହିତ କଥା ହୋଇଛନ୍ତି।