ନୂଆଦିଲ୍ଲୀ : ଆଜି ସାରା ବିଶ୍ୱ ମଦର୍ସ ଡେ ପାଳନ କରୁଛି । ସମସ୍ତେ ନିଜ ନିଜ ଅନ୍ଦାଜରେ ନିଜ ମାଙ୍କ ପ୍ରତି ସ୍ନେହ ଜଣାଇବା ସହିତ ମାଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି । ଏହା ମଧ୍ୟରେ ଟିଭି ସିରିଏଲ’ରାମାୟଣ’ରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଆକ୍ଟର ଅରୁଣ ଗୋବିଲ ଏହି ଖାସ୍ ଅବସସରେ ମାଙ୍କୁ ନେଇ ଏକ ‘ରାମାୟଣ ସୂତ୍ର’ ଜଣାଇଛନ୍ତି । ତାଙ୍କ କଥା ଲୋକଙ୍କ ହୃଦୟକୁ ଏପରି ଛୁଇଁଛି ଯୋ ଲୋକମାନେ ତାଙ୍କୁ ‘ଅସଲି ରାମ’ କହି ସମ୍ମାନ ଦେଉଛନ୍ତି ।
ଆପଣଙ୍କୁ କହିରଖୁଛୁ ଅରୁଣ ଗୋବିଲ ଜଣେ ଲାଇଫ୍ ମ୍ୟାନେଜମେଣ୍ଟ ସ୍ପିକର ମଧ୍ୟ ଏବଂ ପ୍ରାୟ ସେ ଜୀବନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଓ କଥା ଲୋକଙ୍କୁ ସେୟାର କରିଥାନ୍ତି । ମଦର୍ସ ଡେ ଅବସରରେ ସେ ଏକ ରାମାୟଣ ସୂତ୍ର ସେୟାର କରି ଲୋକଙ୍କ ଆଖି ଖୋଲିଦେଇଛନ୍ତି ।
ଅରୁଣ ଗୋବିଲ ଫେସବୁକରେ ଲେଖିଛନ୍ତି କି ‘ରାମଜୀ ଭରତଙ୍କୁ କହୁଛନ୍ତି କି ଭରତ ! ମାତାଙ୍କୁ ଅନାଦର କରିବା ସବୁଠାରୁ ବଡ ପାପ । ଯେଉଁ ମା ୯ ମାସ ପର୍ଯ୍ୟନ୍ତ ଆମକୁ ଗର୍ଭରେ ଧାରଣ କରି ନିଜ ରକ୍ତରେ ପୋଷଣ କରିଛି, ସେ ଯେମିତି ହେଉବି ଆମ ପାଇଁ ବନ୍ଦନୀୟ, ପୂଜନୀୟ ।’
କେବଳ ଏତିକି ନୁହେଁ, ‘ରାମାୟଣ ସୂତ୍ର’ ସେୟାର କରିବା ପରେ ଅରୁଣ ଗୋବିଲ ଆଗକୁ ମଧ୍ୟ କହିଛନ୍ତି କି ‘ରାମଙ୍କ ବିଚାର, ରାମଙ୍କ ଆଦର୍ଶ ଯଦି ସଂସାରର ସମସ୍ତ ପୁଅ ମାନିବେ ତେବେ କୌଣସି ମା, କିମ୍ବା ପିତା ବୁଦ୍ଧାଶ୍ରମରେ ରହିବେନି ।’
ଆପଣଙ୍କୁ କହିରଖୁଛୁ ଏବେ ଅରୁଣ ଗୋବିଲ ଫେସବୁକ ସହିତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ବହୁତ ଆକ୍ଟିଭ୍ ରୁହନ୍ତି । ଗତ ଦିନରେ ସେ ଟ୍ୱିଟରେ ହ୍ୟାଣ୍ଡେଲରେ #AskArunର ସେସନ ରଖିଥିଲେ । ଯେଉଁଥିରେ ତାଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ରୋଚକ କଥା ପଚାରିଲେ ଏବଂ ଅରୁଣ ଜବାବ ମଧ୍ୟ ଦେଲେ ।