ମୁମ୍ବାଇ : ନୱାଜୁଦ୍ଦିନ୍ ସିଦ୍ଦିକି ସବୁବେଳେ ୟୁନିକ୍ ରୋଲ୍ ପ୍ଲେ କରିବା ନେଇ ବେଶ୍ ଜଣାଶୁଣା । ଯେ କୌଣସି ଭୂମିକାକୁ ସେ ଅନେକ ଭିନ୍ନ ଉପାୟରେ କରନ୍ତି ଏବଂ ଯେଉଁଥିପାଇଁ ଫ୍ୟାନ୍ସ ତାଙ୍କୁ ବେଶ୍ ପସନ୍ଦ କରିଥାନ୍ତି । ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଘୁମକେତୁ’ର ଟିଜର ରିଲିଜ ହୋଇଯାଇଛି । ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହିତ ଫେମସ ଡାଇରେକ୍ଟର ଅନୁରାଗ କଶ୍ୟପ ମଧ୍ୟ ନଜର ଆସୁଛନ୍ତି । ଲୱାଜୁଦ୍ଦିନ ସିଦ୍ଦିକିଙ୍କ ଭୂମିକା ଫିଲ୍ମରେ ଘୁମକେତୁ ହୋଇଛି । ଯାହାକି ଫିଲ୍ମର ଟାଇଟଲ ମଧ୍ୟ । ଅନୁରାଗ ଫିଲ୍ମରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଏହା ଏକ କମେଡି ଫିଲ୍ମ ।
ଘୁମକେତୁ ଜଣେ ରାଇଟର ଯିଏ କି ମାୟାନଗରୀ ମୁମ୍ବାଇରେ ନିଜ ଭାଗ୍ୟ ଆପଣାଇବା ପାଇଁ ଆସିଛି । ସେ ସହରରେ ଜୀବନ ଯାପନ ପାଇଁ ଏବଂ ବଲିଉଡରେ ନାଁ କରିବା ପାଇଁ ସଂଘର୍ଷ କରୁଛି । ଘୁମକେତୁ ଏକ ମାସ ଧରି ଫିଲ୍ମର ସ୍କ୍ରିପ୍ଟ ଲେଖୁଛି ଏବଂ ଅଚାନକ ତା ସ୍କ୍ରିପ୍ଟ ଚୋରି ହୋଇଯାଉଛି । ଟିଜରଟି ଅତି ମଜାଦାର ଲାଗିବା ସହ ଫିଲ୍ମ ଦେଖିବା ପାଇଁ ଉତ୍ସୁକତା ବଢାଉଛି । କହିରଖୁଛୁ ଫିଲ୍ମରେ ନୱାଜ ଓ ଅନୁରାଗଙ୍କ ବ୍ୟତୀତ ସ୍ୱାନନ୍ଦ କିରକିରେ ରାଗିଣୀ ଖନ୍ନା, ଦୀପିକା ଅମିନ୍, ଇଲା ଅରୁଣ ଓ ରଘୁବୀର ଯାଦବ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୁଷ୍ପେନ୍ଦ୍ର ନାଥ ମିଶ୍ରା । ଏବଂ ଏହାକୁ ନିର୍ମାଣ କରିଛନ୍ତି ଅନୁରାଗ କଶ୍ୟପ ଓ ବିକାଶ ବହଲ । ଏହି ଫିଲ୍ମର ଷ୍ଟ୍ରିମିଂ ଜି୫ରେ ୨୨ ମେ ୨୦୨୦ରେ କରାଯିବ । ଫିଲ୍ମର ଅନ୍ୟ ଏକ ଖାସ୍ କଥା ହେଉଛି ଏଥିରେ ମହାନାୟକ ଅମିତାଭ ବଚ୍ଚନ, ରଣବୀର ସିଂ, ହୁମା କ୍ୟୁରେସି, ଚିତ୍ରାଙ୍ଗଦା ସିଂହ ଓ ସୋନାକ୍ଷୀ ସିହ୍ନା ମଧ୍ୟ କେମିଓରେ ନଜର ଆସିବେ ।