ମୁମ୍ବାଇ : ଲକ୍ଡାଉନ୍ରେ ଘରୋଇ ହିଂସା ମାମଲା ଦିନକୁ ଦିନ ବଢ଼ିଚାଲିଛି । ଏହି ସ୍ଥିତିରେ ଏଭଳି ସାମାଜିକ ବ୍ୟାଧି ବିରୁଦ୍ଧରେ ସ୍ୱର ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି ଚିକ୍ନି ଚମେଲି କ୍ୟାଟନ୍ରିା କୈଫ୍ । ନଜି ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ସେ ଏକ ଫଟୋ ଶେୟାର କରିଛନ୍ତି । ସେଥିରେ କ୍ୟାପ୍ସନ୍ ଲେଖିଛନ୍ତି ‘ଆଇ ଆମ୍ ଫାତିମା’ । ଏହାକୁ ସେ ବର୍ଣ୍ଣନା କରି ଲେଖିଛନ୍ତି ‘ଆଜି ମୁଁ ଫାତିମାର ସ୍ୱର ହୋଇଛି । ଘରୋଇ ହିଂସାର ଶିକାର ହୋଇଥିବା ଅନେକଙ୍କ ସ୍ୱର ମୁଁ ପାଲଟିଛି, ଯେଉଁମାନେ ପରଦା ପଛରେ ରହିଛନ୍ତି ।’
ଏ ନେଇ କ୍ୟାଟ୍ରିନା କହନ୍ତି, ବୃଦ୍ଧି ପାଉଥିବା ଘରୋଇ ହିଂସା ମାମଲା ପୀଡ଼ିତାଙ୍କୁ ସହାୟତା କରୁଥିବା ବେସରକାରୀ ସଂଗଠନଗୁଡ଼ିକ ଉପରେ ବହୁତ ବଡ଼ ଚାପ ପକାଇଛି। ଘରୋଇ ହିଂସା ମାମଲାର ନୟିନ୍ତ୍ରଣ ଏବଂ ପାଣ୍ଠି ସଂଗ୍ରହ ପ୍ରୟାସ ଉଦ୍ଦେଶ୍ୟରେ ଏହି ଅଭିଯାନରେ ସାମିଲ ହୋଇ ପୀଡ଼ିତାଙ୍କ ନାଁ ସହିତ ଫଟୋ ଶେୟାର କରିବାକୁ ଫ୍ୟାନ୍ମାନଙ୍କୁ ସେ ଅନୁରୋଧ କରିଛନ୍ତି । ଗତ କିଛି ସପ୍ତାହ ଧରି ଫିଲ୍ମମେକର୍ କରଣ ଜୋହର, ଅନୁଷ୍କା ଶର୍ମା, ଫରହାନ୍ ଅଖତର, ମଲାଇକା ଅରୋରା, ବିଦ୍ୟା ବାଲନ, ଦିୟା ମିର୍ଜା, ରାହୁଲ ବୋଷଙ୍କ ସମେତ ଅନେକ ବଲଉିଡ୍ ସେଲବ୍ରିଟି ିଦେଶରେ ବଢୁଥବିା ଘରୋଇ ହିଂସା ମାମଲା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ।