Odia News Portal

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦେଶକ ଏଭି.ଅରୁଣ ପ୍ରସାଦଙ୍କର ଗତକାଲି ସଡକ ଦୁଘର୍ଟଣାରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା କୋଏମ୍ବାଟୁରର ମେଟ୍ଟୁପାଲୟମ ମଧ୍ଯରେ ଘଟିଛି। ଫିଲ୍ମ ଜଗତରେ ଏଭି.ଅରୁଣ ପ୍ରସାଦ ଭେଙ୍କଟ ନାଁ ରେ ଜଣାଶୁଣା। ସୂଚନା ମୁତାବକ ଏକ ମାଲବୁହା ଗାଡି ସହ ଧକ୍କା ହେବା ଦ୍ବାରା ତାଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ ଫିଲ୍ମ ଜଗତର ଅନେକ କଳାକାର ଏଭି.ଅରୁଣ ପ୍ରସାଦଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି। ଲୋକପ୍ରିୟ ସଂଗୀତ ନିର୍ଦେଶକ ଜିଭି ପ୍ରକାଶ ମଧ୍ଯ ଏଭି.ଅରୁଣଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିବା ସହ ଟ୍ବିଟ କରି କହିଛନ୍ତି, ‘ସର୍ବଦା ଏକ ସାଙ୍ଗ ଭଳି ଏବଂ ଭାଇ ଭଳି ରହୁଥିବା ଭେଙ୍କଟର ସଡ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଭଗବାନ ମୋ ସାଙ୍ଗର ଆତ୍ମାକୁ ଶାନ୍ତି ଦିଅନ୍ତୁ।’