Odia News Portal

ମଲାଇକାଙ୍କୁ ଧୋକା ଦେଉଛନ୍ତି କି ଅର୍ଜୁନ୍‌ କପୁର !

ଅର୍ଜୁନ କପୁର ଓ ମଲାଇକା ଅରୋରା ଦୀର୍ଘ ଦିନ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ଏମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ୍‌ ମଧ୍ୟରେ ଉଭୟେ ବିବାହ କରିନେଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଅସିଛି। ଅନ୍ୟପଟେ କିଛି ଦିନ ପୂର୍ବରୁ ଅର୍ଜୁନ୍‌ କପୁର ଏକ ଏଭଳି କାମ କରିଛନ୍ତି ଯାହାକୁ ଦେଖି ଯେ ଲାଗୁଛି ଯେ ସେ ମଲାଇକାଙ୍କୁ ଧୋକା ଦେଉଛନ୍ତି। ରିପୋର୍ଟ ମୁତାବକ ଅର୍ଜୁନ କିଛି ଦିନ ତଳେ ଏକ ରିଆଲିଟି ଶୋ’ରେ ଏକ ଝିଅ ସହ ବ୍ଲାଇଣ୍ଡ ଡେଟ୍‌ରେ ଯାଇଥିଲେ।

ପ୍ରକୃତରେ କିଛି ସପ୍ତାହ ପୂର୍ବରୁ ଅର୍ଜୁନ କପୁର ନେଟ୍‌ଫ୍ଲିକ୍ସରେ କରଣ ଜୋହରଙ୍କ ରିଆଲିଟି ଶୋ’ ‘ହ୍ଵାଟ୍‌ ଦ ଲଭ୍‌’କୁ ଯାଇଥିଲେ। ଏହି ଶୋ’ରେ ସାଧାରଣ ଲୋକଙ୍କୁ ସେଲିବ୍ରିଟିଙ୍କ ସହ ଡେଟ୍‌ରେ ଯିବାର ସୁଯୋଗ ମିଳିଥାଏ। ଏଥିସହ ସେ ନିଜ ପର୍ସନାଲିଟିକୁ ମଧ୍ୟ ଗ୍ରୁମ୍‌ କରିବାର ସୁଯୋଗ ପାଇଥାନ୍ତି। ଏହି ଶୋ’କୁ ନେଇ ଅର୍ଜୁନ କହିଛନ୍ତି ଯେ ଏହା ମୋର ପ୍ରଥମ ବ୍ଲାଇଣ୍ଡ ଡେଟ୍‌। ସତ କହିବାକୁ ଗଲେ ଏହା ମୋ ପ୍ରଥମ ଡେଟ୍‌ ମଧ୍ୟ। ଖାସ୍‌ କରି ଏକ ଅଭିନେତା ହେବା ପରେ ଏଭଳି ଡେଟ୍‌ରେ ଯିବା ଖୁବ୍‌ ମଜାଦାର ଥିଲା। ପ୍ରଥମେ ପ୍ରଥମେ ମୁଁ ବହୁତ ନର୍ଭସ ଥିଲି। କିନ୍ତୁ ପରେ ସବୁ ଠିକ୍‌ ହୋଇଗଲା। ଆଶୀ ଖୁବ୍‌ ମଜାଳିଆ ବ୍ୟକ୍ତିତ୍ୱର ଝିଅ। ସେ ଫିଲ୍ମି ହେବା ସହ ଛୁଆଙ୍କ ଭଳି ବ୍ୟବହାର ମଧ୍ୟ କରିଥାନ୍ତି। ତାଙ୍କ ସେନ୍ସ ଅଫ୍‌ ହ୍ୟୁମର ମଧ୍ୟ ଖୁବ୍‌ ଭଲ ବୋଲି କହିଛନ୍ତି ଅର୍ଜୁନ।

ସୂଚନାଯୋଗ୍ୟ ଯେ ଅର୍ଜୁନ ଅଫିସିଆଲି ମଲାଇକାଙ୍କ ସହ ନିଜ ସମ୍ପର୍କକୁ ନେଇ କହିସାରିଛନ୍ତି। ଏଣୁ କୌଣସି ରିଆଲିଟି ଶୋ’ରେ ଆଉ କାହା ସହ ଡେଟ୍‌ରେ ଯିବାକୁ ମଲାଇକାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରିନାହାନ୍ତି। ଏଣୁ ଅର୍ଜୁନ୍‌ ମଲାଇକାଙ୍କୁ ଧୋକା ଦେଉଥିବା ନେଇ ସେମାନେ ଆଶଙ୍କା କରିଛନ୍ତି।