Odia News Portal

ଗୁଗଲ ସହ ହାତ ମିଳାଇଲେ ଛୋଟ ପରଦାର ଏହି ଅଭିନେତ୍ରୀ

ନିଜ ଦମ୍‌ଦାର ଅଭିନୟ ଯୋଗୁ ଛୋଟ ପରଦାରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ରଶ୍ମି ଦେଶାଇଙ୍କୁ କିଏ ବା ନ ଜାଣେ। ବିଗ୍‌ ବସ୍‌ ୧୩ରେ ନଜର ଆସିଥିବା ରଶ୍ମି ଦେଶାଇ ପୁଣି ଥରେ ଫ୍ୟାନ୍‌ଙ୍କୁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି। ଏବେ ରଶ୍ମି ଦେଶାଇ ଗୁଗୁଲ ସହ ଯୋଡ଼ି ହୋଇଛନ୍ତି। ଗୁଗଲ ସହ ମିଶି ରଶ୍ମି କିଛି ନୂଆ କରିବାକୁ ଯୋଜନା କରୁଛନ୍ତି।

ରଶ୍ମି ଏବେ ଗୁଗଲକୁ କେମିଓରେ ସାହାଯ୍ୟ କରିବେ। ଅଧିକାଂଶ ଲୋକ କେମିଓ କଣ ଜାଣିନଥିବେ। କିନ୍ତୁ ଗୁଗଲ ସହ ପରିଚିତ ଲୋକଙ୍କ ପାଇଁ ଏହା ଏକ ଜଣାଶୁଣା ନାଁ। ମଝିରେ ମଝିରେ ଲୋକପ୍ରିୟ କଳାକାରମାନେ ଫ୍ୟାନ୍‌ଙ୍କ ସହ ଉତ୍ତମ ସଂଯୋଗ ପାଇଁ ନିଜକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଯୋଡ଼ିଥାନ୍ତି। ଗୁଗୁଲର ସେଭଳି ଏକ ଫିଚର ହେଉଛି କେମିଓ। ଏହା ଗୁଗଲର ଏକ ଅପଗ୍ରେଡ୍‌ ଟେକ୍ନିକ୍‌।

ଲୋକପ୍ରିୟ କଳାକାରଙ୍କୁ ଫ୍ୟାନ୍‌ଙ୍କ ସହ ଯୋଡ଼ିବା ପାଇଁ ଗୁଗଲ କେମିଓ ତିଆରି କରିଛି। ଏଥିରେ ଫ୍ୟାନ୍‌ମାନେ ପଚାରୁଥିବା ପ୍ରଶ୍ନର ଉତ୍ତରକୁ ସେଲିବ୍ରିଟି ମାନେ ଭିଡିଓ ମାଧ୍ୟମରେ ଦେଇଥାନ୍ତି। ଲୋକମାନେ ନିଜ ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ନାଁ ସର୍ଚ୍ଚ କଲେ ତାହା ଦେଖିବାର ସୁଯୋଗ ପାଇବେ।

ଏନେଇ ରଶ୍ମି ଦେଶାଇ କହିଛନ୍ତି ଯେ ମୁଁ କେମିଓକୁ ନେଇ ବହୁତ ଉତ୍ସାହିତ ଅଛି। କାରଣ ସେଠାରେ ମୁଁ ନିଜେ ଲାଇଭ୍‌ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ସେ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ ଚାଟ୍‌ ପାଇଁ ଆସିବାକୁ ଯାଉଛନ୍ତି ବୋଲି କହିଛନ୍ତି। ଏହି ସମୟରେ ସେ ଫ୍ୟାନ୍‌ଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି ଜଣାଯାଇଛି।