Odia News Portal

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ମହୁମାଛି ଦିବସ

ଭୁବନେଶ୍ୱର() ଆମେ ଖାଉଥିବା ଫଳ,ପନିପରିବା କିମ୍ବା ଶସ୍ୟଜାତ ଉଦ୍ଭିଦ ଲାଗାଇବା ପାଇଁ କେବଳ ଖରା, ମାଟି, ପାଣି ପବନ ଜରୁରି ନୁହେଁ । କିଛି କୀଟପତଙ୍ଗଙ୍କର ମଧ୍ୟ ବିଶେଷ ଭୂମିକା ରହିଛି । ପୃଥିବୀରେ କୃଷିକ୍ଷେକ୍ରରରେ ଏକ ବଡଭାଗ ଏହି କୀଟପତଙ୍ଗ ଉପରେ ନିର୍ଭର କରିଥାଏ । ଏଥିରେ ମହୁମାଛିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପ୍ରତି ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ମେ’ ୨୦ ରେ ମହୁମାଛି ଦିବସ ପାଲନ କରାଯାଇଥାଏ ।

ଆମେ ଖାଉଥିବା ଫଳ, ପନିପରିବା କିମ୍ବା ଶସ୍ୟର ବୃଦ୍ଧିରେ ପରାଗ ପ୍ରକି୍ରୟା ସହାୟକ ହୋଇଥାଏ । ମହୁମାଛି ଉଦ୍ଭିଦ ଗୁଡିକର ପରାଗ କଣିକାକୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ପରିବହନ କରିବାରେ ସାହାର୍ଯ୍ୟ କରେ । ଯେତେବେଳେ ମହୁମାଛି ଗୋଟିଏ ଫୁଲ ଉପରେ ବସିଥାଏ, ପରାଗ କଣିକା ଏହାର ପାଦ ଏବଂ ଡେଣାରେ ଲାଗିଥାଏ । ଯେତେବେଳେ ଏହା ଅନ୍ୟ ଏକ ଗଛକୁ ଉଡିଯାଏ । ପରାଗ କଣିକା ସେହି ଉଦ୍ଭିଦ ଭିତରକୁ ଯାଇ ଏହାକୁ ସାର ଦେଇଥାଏ । ଏହାଦ୍ୱାରା ଫଳ ଏବଂ ମଞ୍ଜି ସୃଷ୍ଟି ହୋଇଥାଏ । ତେବେ ଲୋକମାନଙ୍କୁ ସେମାନଙ୍କର ଗୁରୁତ୍ୱ ଏବଂ ନିରାପତ୍ତା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୨୦ ମେ’ରେ ବିଶ୍ୱ ମହୁମାଛି ଦିବସ ପାଳନ କରାଯାଇଥାଏ ।