Odia News Portal

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି । ଲକ୍‌ ଡାଉନ୍‌ କଟକଣା ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ ସହ ମନ୍ତ୍ରୀ ଶ୍ରୀ ବେହେରା ଖୁବ୍‌ କମ୍‌ ସଂଖ୍ୟକ ଅଧିକାରୀଙ୍କୁ ନେଇ ନିଜ ଲୋକସେବା ଭବନସ୍ଥିତ ପ୍ରକୋଷ୍ଠରେ ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଅନୁଷ୍ଠିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସମୀକ୍ଷା ବୈଠକରେ ଓଡ଼ିଶାରେ ଲକ୍‌ ଡାଉନ୍‌ ଯୋଗୁଁ ଆଇଟି କ୍ଷେତ୍ରରେ ପ୍ରଭାବ ବିଷୟରେ ମନ୍ତ୍ରୀ ଆଲୋଚନା କରିବା ସହ କୋଭିଡ୍‌-୧୯
ପରିସ୍ଥିତିରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ।

ଏଥି ସହିତ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଓଡ଼ିଶାରେ ନିବେଶ ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପ
ଏବଂ ଓଡ଼ିଶାର ବିଭିନ୍ନ ଆଇଟି କମ୍ପାନୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ  ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ବେହେରା କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ କ୍ରୀଡ଼ା
ଭିତ୍ତିଭୂମିର ସମୀକ୍ଷା କରିବା ସହ କୋଭିଡ୍‌-୧୯ ଯୋଗୁଁ ହୋଇଥିବା ବିଭିନ୍ନ କ୍ଷତି ସଂପର୍କରେ ଆଲୋଚନା କରିଥିଲେ ।

ଏଥି ସହ ଓଡ଼ିଶାରେ ହେବାକୁ ଥିବା ଅନ୍ତର୍ଜାତୀୟ ଇଭେଣ୍ଟର ସ୍ଥିତି, କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସ ଲାଗି ଆଇଲେ ଟିକ୍ସ ଷ୍ଟାଡିୟମ ଓ ସ୍ପୋଟର୍ସ କ ମ୍ପେକ୍ସ୍ଲ ର ସୁପରିଚାଳନା ସହ ସାନିଟାଇଜେସନ୍‌ ଓ ଏସ୍‌ଓପିର କ ଡ଼ାକ ଡ଼ି ଅନୁପାଳନ ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱ ଦେ ଇଥିଲେ । ଜିଲ ।୍ଲ ସ୍ପୋଟର୍ସ ଅଫିସ ଏବଂ ହେ ଷ୍ଟଲ ୍‌ଗୁଡ଼ିକ ରେ ମାନବସମ୍ବଳ ଓ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା । ବିପିଏଡ୍‌ କଲେଜ୍‌ ଓ ସ୍ପେଟର୍ସ ହଷ୍ଟେଲ୍‌
ଖୋଲିବା, ନୂତନ ଭାବେ ନିର୍ମାଣ ହୋଇଥିବା ବିପଏଡ୍‌ କଲେଜ୍‌ ଜମିର ସ୍ଥିତି, ଏଚ୍‌ପିସିର ସୁପରିଚାଳନା, ମିନି ଷ୍ଟାଡିୟମ୍‌ ଓ ମୁକ୍ତାକାଶ ଜିମ୍‌ ଏବଂ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ ଶ୍ରୀ ବେହେରା ସମୀକ୍ଷା କରିବା ସହ କୋଭିଡ୍‌-୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ ମାନି ବିଭାଗର କାର୍ଯ୍ୟ ଆଗକୁ ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶୀ ବିଶାଲ
କୁମାର ଦେବ, ନିର୍ଦ୍ଦେଶକ ଶ୍ରୀ ଆର୍‌. ଭିନିଲ୍‌ କ୍ରିଷ୍ଣା, ଉପଶାସନ ସଚିବ ରଞ୍ଜିତ ପରିଡ଼ା, ଓକାକ୍‌ ସିଇଓ ଶ୍ରୀ ମନୋଜ ପଟ୍ଟନାୟକ ଏବଂ ଯୁଗ୍ମ ଶାସନ ସଚିବ ସୁଜିତ୍‌ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।