Odia News Portal

କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ ? ଜାଣନ୍ତୁ

ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ମହାଭାରତ ଯୁଦ୍ଧ ହୋଇଥିବା ଉଲ୍ଲେଖ ରହିଛି । ଏହି ଯୁଦ୍ଧରେ ଅନେକ ମହାରଥୀ ଯୋଗ ଦେଇଥିଲେ । ମହାରଥୀମାନଙ୍କ ମଧ୍ୟରୁ ଜଣେ ହେଲେ କର୍ଣ୍ଣ ଯାହାଙ୍କୁ ସାରା ଦୁନିଆ ଦାନବୀର କର୍ଣ୍ଣ ଭାବେ ଜାଣିଛି । କିନ୍ତୁ ମହାଭାରତ ଯୁଦ୍ଧରେ କର୍ଣ୍ଣ ଅଧର୍ମ ସପକ୍ଷରେ ରହି ଯୁଦ୍ଧ କରିଥିଲେ କାରଣ ସେ ଦୁର୍ୟ୍ୟୋଧନଙ୍କ ପାଇଁ ପ୍ରତିଶୃତିବଦ୍ଧ ଥିଲେ । କିନ୍ତୁ ତାଙ୍କ ଦାନ ପାଇଁ ସେ ଦାନବୀର ଭାବେ ସର୍ବଦା ଲୋକଙ୍କ ମନରେ ରହିଗଲେ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ କର୍ଣ୍ଣଙ୍କୁ ସବୁଠାରୁ ବଡ ଦାନବୀର ବୋଲି କହିଥିଲେ ।

ଭଗବାନ ଶ୍ରୀକୃଷ୍ଣ ମଧ୍ୟ କର୍ଣ୍ଣଙ୍କୁ ସବୁଠାରୁ ବଡ ଦାନବୀର ବୋଲି କହିଥିଲେ । ଯୁଦ୍ଧରେ ଅର୍ଜୁନଙ୍କ ପ୍ରହାରରେ କର୍ଣ୍ଣ ଆଘାତ ହେବାପରେ ଶ୍ରୀକୃଷ୍ଣ କହିଥିଲେ ବୀରତ୍ୱ ଏବଂ ଦାନୀ ଭାବେ କର୍ଣ୍ଣଙ୍କୁ ସବୁବେଳେ ସ୍ମରଣୀୟ ରହିବେ । ଏହା ଶୁଣି ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କର୍ଣ୍ଣ କିପରି ସବୁଠାରୁ ବଡ ଦାନବୀର ହେଲେ ?

ଶ୍ରୀକୃଷ୍ଣ ନିଜ କଥା ପ୍ରମାଣ କରିଥିଲେ । ଶ୍ରୀକୃଷ୍ଣଙ୍କ କାରଣରୁ ହିଁ କର୍ଣ୍ଣଙ୍କୁ ନିଜ କବଚ କୁଣ୍ଡଳ ଭଗବାନ ଇନ୍ଦ୍ରଦେବଙ୍କୁ ଦାନ କରିବାକୁ ପଡିଥିଲା । ଶ୍ରୀକୃଷ୍ଣ ନିଜେ ନିଜ ନୀତି ଅନୁଯାୟୀ ଇନ୍ଦ୍ରଙ୍କୁ କହିଥିଲେ ଯେ ସେ ବ୍ରାହ୍ମଣ ଭେଷରେ ଯାଇ କର୍ଣ୍ଣଙ୍କୁ ତାଙ୍କର କବଚ ଓ କୁଣ୍ଡଳ ମାଜିନିଅନ୍ତୁ । ଯଦି ଯୁଦ୍ଧ ଶେଷ ଯାଏଁ କର୍ଣ୍ଣଙ୍କ କବଚ ଓ କୁଣ୍ଡଳ ତାଙ୍କ ପାଖରେ ରହେ ତେବେ ତାଙ୍କୁ ପରାଜିତ କରିବା ଅସମ୍ଭବ । ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁଯାୟୀ ଇନ୍ଦ୍ର ବ୍ରାହ୍ମଣ ଭେଷରେ ଯାଇ କର୍ଣ୍ଣଙ୍କୁ ତାଙ୍କ କବଚ କୁଣ୍ଡଳ ମାଗିଥିଲେ । କର୍ଣ୍ଣ ମଧ୍ୟ ଜାଣିଥିଲେ ଯେପର୍ୟ୍ୟନ୍ତ ତାଙ୍କ କବଚ କୁଣ୍ଡଳ ତାଙ୍କ ପାଖରେ ଅଛି କେହି ତାଙ୍କୁ ପରାସ୍ତ କରି ପାରିବେନି । ତଥାପି ସେ ଇନ୍ଦ୍ରଙ୍କୁ କବଚ କୁଣ୍ଡଳ ଦାନ କରିଦେଇଥିଲେ ।

କୁହାଯାଏ ଯେ, କର୍ଣ୍ଣ ଯେତେବେଳେ ଅନ୍ତିମ ନିଶ୍ୱାସ ତ୍ୟାଗ କରିବାକୁ ଯାଉଥିଲେ ସେତେବେଳେ ଶ୍ରୀକୃଷ୍ଣ ପୁଣି କର୍ଣ୍ଣଙ୍କ ପରୀକ୍ଷା ନେଇଥିଲେ । ସେ କର୍ଣ୍ଣଙ୍କ ପାଖକୁ ଯାଇ କହିଲେ ତୁମେ ଜଣେ ଦାନବୀର ମୋତେ କିଛି ଦାନ କରିବ କି ? ସେତେବେଳେ କର୍ଣ୍ଣଙ୍କ ପାଖରେ କିଛି ନଥିଲା । ହଠାତ ତାଙ୍କୁ ମନେପଡ଼ିଲା ତାଙ୍କର ସୁନା ଦାନ୍ତ ଅଛି । ସେ ତୁରନ୍ତ ପାଖରେ ପଡିଥିବା ଏକ ପଥର ଆଣି ସେଥିରେ ନିଜ ଦାନ୍ତ ଭାଙ୍ଗିଦେଲେ ଏବଂ ଶ୍ରୀକୃଷ୍ଣଙ୍କୁ ଦାନ କରିଥିଲେ ।

କର୍ଣ୍ଣଙ୍କ ଏହି ଭାବକୁ ଦେଖି ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କୁ ଯେକୌଣସି ୩ଟି ବର ମାଗିବାକୁ କହିଥିଲେ । ସେ କହିଥିଲେ ସେ ଯେତେବେଳେ ଅନ୍ୟ ଜନ୍ମ ନେବେ ସେ ଶୁଦ୍ର ଜାତିର ଉଦ୍ଧାର କାର୍ୟ୍ୟ କରିବେ । ଦ୍ୱିତୀୟ ବର ଥିଲେ, ଶ୍ରୀକୃଷ୍ଣ ପରବର୍ତ୍ତୀ ଜନ୍ମ ସେଇଠି ନିଅନ୍ତୁ ଯେଉଁଠି କର୍ଣ୍ଣ ଥିବେ । ତୃତୀୟରେ କର୍ଣ୍ଣ ମାଗିଥିଲେ ତାଙ୍କର ଅନ୍ତିମ ସଂସ୍କାର ଶ୍ରୀକୃଷ୍ଣ ନିଜେ କରନ୍ତୁ ଏବଂ ଏମିତି ଜାଗାରେ କରନ୍ତୁ ଯେଉଁଠାରେ ଅଧର୍ମ ହୋଇନଥିବ । କର୍ଣ୍ଣଙ୍କ ମୃତ୍ୟୁ ପରେ ଶ୍ରୀକୃଷ୍ଣ ନିଜେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।