Odia News Portal

‘ଛୋରୀ ’ରେ ଫ୍ୟାନଙ୍କୁ ଡରାଇବେ ନୁସରତ

ଏବେ ଦର୍ଶକଙ୍କୁ ଡରାଇବାକୁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ନୁସରତ ବାରୁଚ୍ଛା। ହରର ଫିଲ୍ମ ‘ଛୋରୀ ’ରେ ଫ୍ୟାନଙ୍କୁ ଡରାଇବେ ନୁସରତ। ଏହି ପ୍ରୋଜେକ୍ଟ ବିଷୟରେ ନୁସରତ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ନେଇ ନୁସରତଙ୍କ ଫ୍ୟାନ ବହୁତ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମ ମରାଠୀ ଫିଲ୍ମ ‘ଲପାଛପୀ’ର ରିମେକ।

ନୁସରତଙ୍କ ଶେଷ ଫିଲ୍ମ ‘ଡି୍ରମଗାର୍ଲ’ ରହିଥିଲା। ଯେଉଁଥିରେ ସେ ଆୟୁଷ୍ମାନ ଖୁରାନାଙ୍କ ସହିତ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଫିଲ୍ମ ‘ଛୋରୀ’ର ସ୍କ୍ରିପ୍ଟ ବିଶାଲ କପୁର ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେବେ। ବିଶାଲ ମରାଠୀ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଲେଖିଥିଲେ। କେବଳ ଏହି ଫିଲ୍ମ ନୁହେଁ ନୁସରତଙ୍କ ପାଖରେ ଆଉ କେତେକ ପ୍ରୋଜେକ୍ଟ ରହିଛି। ଯାହା ମଧ୍ୟରେ ରହିଛି ‘ଛଲାଙ୍ଗ’ ଏଥିରେ ରାଜକୁମାର ନଜର ଆସିବାକୁ ଥିବା ବେଳେ ଫିଲ୍ମ ‘ ହୁଡଦଙ୍ଗ’ରେ ସନ୍ନି କୌଶଳଙ୍କ ସହିତ ନଜର ଆସିବେ।