Odia News Portal

କଟକଣା ହେଲା କୋହଳ : ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ : କଟକଣା ହେଲା କୋହଳ ।  ସୁଇଜରଲ୍ୟାଣ୍ଡ ସରକାର କରୋନା ଭାଇରସ୍‌ ଯୋଗୁଁ ଲାଗିଥିବା କଟକଣାରେ କୋହଳ କରିବା ପରେ ସେକ୍ସ ୱାର୍କରଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ମିଳିଛି। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । କିନ୍ତୁ ସ୍ପୋର୍ଟ୍ସ ଭିତରେ ବକ୍ସିଂ , ବଲରୁମ୍‌ ଡ୍ୟାନ୍ସିଂ ବନ୍ଦ ରହିବ ।

ସୁଇଜରଲ୍ୟାଣ୍ଡରେ ସେକ୍ସ ୱାର୍କକୁ ଆଇନତଃ ଅନୁମତି ରହିଛି । ଯେଉଁଠାରେ ପାଖାପାଖି ୨୦ହଜାର ଏମିତି ସେକ୍ସ ୱର୍କର ମାନେ ପଞ୍ଜିକରଣ କରିଛନ୍ତି। ରେଡ୍‌ ଲାଇଟ୍ ଜିଲ୍ଲାଗୁଡ଼ିକ ଜେନିଭା ଓ ଜୁରିଚ୍‌ରେ ରହିଛି । ହେଲେ କମ୍‌ ପ୍ରସିଦ୍ଧ ଅମଷ୍ଟେରଡାମର ଡେ ୱାଲେନ୍‌ ବନ୍ଦ ରହିଛି ।

ସ୍ୱିସ୍‌ ସରକାର ଗତ ମାସ ବୁଧବାର ୨୭ ମେ ରେ ଘୋଷଣା କରିଥିଲା କି , ଜୁନ୍‌ ୬ ତାରିଖରୁ ଷ୍ଟ୍ରିଜ୍‌କ୍ଲବ୍‌ ମଧ୍ୟ ପୁଣି ଖୋଜିବ ଓ ସେକ୍ସ ୱାର୍କରଙ୍କର ସର୍ଭିସ୍‌ ମଧ୍ୟ ଚାଲି ରହିବ ।ଏହାସହ କରୋନା ଭାଇରସ ସମସ୍ୟା ଭିତରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାକୁ ବେଶ୍ୟାଳୟଗୁଡ଼ିକୁ ମଧ୍ୟ ସ୍ୱତନ୍ତ୍ର ସୂଚନା ମିଳିଛି ।

ସୁଇଜରଲ୍ୟାଣ୍ଡରେ କୁହାଯାଇଛି ଯେ,  ଯଦି ସମ୍ଭବ ହୁଏ ଡୋର୍‌କୁ ନଛୁଇଁ ସେମିତି ଖୋଲା ଛାଡ଼ି ଦିଅ ଦିଅନ୍ତୁ ।  କିନ୍ତୁ ସେକ୍ସ ୱାର୍କର ଓ ଗ୍ରାହକଙ୍କ ଗୋପନୀୟତା ରକ୍ଷା ପାଇଁ ଵେଶ୍ୟାଳୟ ବା ଘରର କବାଟ ବନ୍ଦ ରଖିବାକୁ କୁହାଯାଇଛି । ଯଦି ଏହି ସେକ୍ସ ସର୍ଭିସ୍‌ କୌଣସି ଗାଡ଼ି ଭିତରେ ଦିଆଯାଏ ତ ବେଶ୍ୟାଳୟର ସତ୍ତ୍ୱାବଧ୍ୟାନରେ ସବୁ କାର୍ଯ୍ୟ ହେବ । କେହି ମନ ଇଚ୍ଛା କେଉଁଆଡ଼େ ଯାଇ କିମ୍ୱା ସୀମା ଡେଇଁ କୌଣସି କା କରିପାରିବେ ନାହିଁ ।  ଗାଡ଼ି ପଞ୍ଜିକରଣ ହେବା ସହ , ୧୦ ମିନିଟ୍‌ ଯାଏ ଭେଣ୍ଟିଲେଟେଡ୍‌  ହେଇଥିବାର ସେକ୍ସ ୱାର୍କରକୁ ସୁନିଶ୍ଚିତ କରିବେ ।

ହେଲେ ବିଚିତ୍ର କଥା ଏୟା ଯେ, ସବୁଥିରେ ସୁବିଧା ମିଳିବା ସତ୍ତ୍ୱେ ସେମାନେ ସାମାଜିକ ଦୂରତା ବଜାୟ ରଖିବେ ।  ଗାଇଡ୍‌ଲାଇନ୍‌ ମୁତାବକ , ସେକ୍ସ, କାର୍ଯ୍ୟ ବେଳେ ଦୁଇ ବ୍ୟକ୍ତିଙ୍କ ମୁଣ୍ଡ ମଧ୍ୟରେ ଗୋଟେ ହାତର ବ୍ୟବଧାନ ରହିବ ।  ଦୁଇରୁ ଅଧିକ ଗ୍ରାହକଙ୍କ ସହ ସେକ୍ସ କରାଯିବ ନାହିଁ, ଯାହାକୁ ନେଇ ଦେହଜୀବୀ ଓ  କିଛି ଗ୍ରାହକ  ଅସନ୍ତୁଷ୍ଟ ହୋଇଛନ୍ତି ।

ସୂଚନା ଯେ,ଖୁବ୍‌ ଇଫେକ୍ଟିଭ୍‌ ଢଙ୍ଗରେ ସୁଇଜରଲ୍ୟାଣ୍ଡ ତାର ପଡ଼ୋଶୀ  ଫ୍ରାନ୍ସ ଓ ଇଟାଲୀ ଅପେକ୍ଷା କରୋନାକୁ ସରୁକ୍ଷାକୁ ଦେଖୁଛି। ଦୋକାନ , ରେଷ୍ଟ୍ୟୁରାଣ୍ଟ ଓ ସ୍କୁଲ୍‌ ଆଦି ଅନେକ ସପ୍ତାହରୁ ଖୋଲାଯିବାପରେ ବି କିଛି ସପ୍ତାହ ହେଲା ନୂଆ ସଂକ୍ରମିତଙ୍କ ସଂଖ୍ୟା  ହ୍ରାସ ପାଇଛି।