ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଭୟରେ ଲାଗୁ ହୋଇଥିବା ଲକ୍ଡାଉନ୍ ଯୋଗୁ ଦୁବାଇରେ ଫସିରହିଛନ୍ତି ବଲିଉଡ୍ ବିଉଟି ମୌନି ରୟ । ଏହି ସମୟକୁ ସେ ନିଜ ପସନ୍ଦର କାମ କରି ବିତାଉଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ସେ ସମ୍ପର୍କରେ ସୂଚନା ବି ଦେଉଛନ୍ତି ।
ନିକଟରେ ନିଜର ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି ମୌନି । ସେଥିରେ ତାଙ୍କୁ ତାଙ୍କର ପ୍ରିୟ ଷ୍ଟ୍ରିଟ୍ ଫୁଡ୍ ଗୁପ୍ଚୁପ୍ର ମଜା ନେଉଥିବାର ଦେଖିବାକୁ ମିଳୁଛି । ସେହି ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି । ଭିଡିଓ ସହିତ ଏକ ପୋଷ୍ଟରେ ସେ ନିଜ ପସନ୍ଦର ଖାଦ୍ୟଗୁଡ଼ିକ ସମ୍ପର୍କରେ ବି ସୂଚନା ଦେଇଛନ୍ତି। ମୌନିଙ୍କ ଅନୁସାରେ ତାଙ୍କୁ ପିଆଜ କଚୋଡ଼ି, ଗୁପ୍ଚୁପ୍ ଚାଟ୍, ଚଣା ଭଟୁରା, ସିଙ୍ଗଡ଼ା, ଲଡୁ ଭଳି ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଖୁବ୍ ପସନ୍ଦ । ଏହି ସବୁ ଖାଦ୍ୟ ବିନା ସେ ରହିପାରିବେ ନାହିଁ ବୋଲି ଲେଖିଛନ୍ତି ।
ସେହି ପୋଷ୍ଟକୁ ତାଙ୍କର ପ୍ରଶଂସକମାନେ ଖୁବ୍ ଲାଇକ୍ କରୁଛନ୍ତି । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଆଗକୁ ତାଙ୍କୁ ଆୟନ୍ ମୁଖାର୍ଜୀଙ୍କର ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନ ନଜର ଆସିବେ । ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୪ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।
