Odia News Portal

ବର୍ଷା ଛାଡିଗଲା ପରେ କାହିଁକି ଦିଶେ ଇନ୍ଦ୍ରଧନୁ, ଜାଣନ୍ତୁ ପ୍ରକୃତ କାରଣ …

ଭୁବନେଶ୍ୱର() ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ । ବର୍ଷାଦିନରେ ଏହା ଅଧିକ ଦେଖାଯାଇଥାଏ । ହେଲେ ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବ ବର୍ଷା ପରେ ଇନ୍ଦ୍ରଧନୁ କାହିଁକି ସୃଷ୍ଟି ହୁଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ …

ସୂର୍ଯ୍ୟକିରଣରେ ୭ ପ୍ରକାର ରଙ୍ଗ ରହିଛି । ଏହା ହେଲା ବାଇଗଣୀ,ଘନନୀଳ, ନୀଳ, ସବୁଜ, ହଳଦିଆ,ଲାଲ, ନାରଙ୍ଗୀ । ଏହି ରଙ୍ଗଗୁଡିକ ଏକ ପି୍ରଜିମ ମାଧ୍ୟମରେ ଚିହ୍ନଟ ହୁଏ । ଇନ୍ଦ୍ରଧନୁ ପ୍ରକୃତରେ ପ୍ରକୃତିର ପ୍ରିଜିମ । ବାସ୍ତବରେ ଛୋଟ ବୁନ୍ଦା ଜଳ ସ୍ୱଛ ପି୍ରଜିମ ଭାବରେ କାର୍ଯ୍ୟ କରେ । ଯେତେବେଳେ ସୂର୍ଯ୍ୟକିରଣ ସେମାନଙ୍କୁ ଦେଇ ପ୍ରତିଫଳିତ ହୋଇଥାଏ ଏହା ୭ଟି ରଙ୍ଗରେ ଭାଙ୍ଗି ଯାଇଥାଏ । ଏହି କାରଣରୁ ଆମେ ଇନ୍ଦ୍ରଧନୁ ଦେଖିଥାଉ ।

ବେଳେବେଳେ ଆକାଶରେ ଗୋଟିଏ ନୁହେଁ, ଦୁଇଟି ଇନ୍ଦ୍ରଧନୁ ମଧ୍ୟ ଦେଖାଦେଇଥାଏ । ଯାହା ବିରଳ । ବାସ୍ତବରେ ସମାନ ସ୍ଥାନରେ ବାରମ୍ବାର ବୁନ୍ଦା ଆସିବା ପରେ ଦୁଇଟି ଇନ୍ଦ୍ରଧନୁ ଦେଖାଯାଏ । ଏହା ଏପରି ଭାବେ ଘଟେ ଯେପରି ପ୍ରଥମ ଇନ୍ଦ୍ରଧନୁରୁ ଛପôନ୍ନ ରଙ୍ଗୀନ ଆଲୋକ ଧଳା ରଙ୍ଗରେ ପରିବର୍ତ୍ତନ ହୁଏ । ଏହା ଦ୍ୱିତୀୟ ବୁନ୍ଦା ବର୍ଷା ସହିତ ସଂସ୍ପର୍ଶରେ ଆସେ ଏବଂ ଆଲୋକ ପୁନର୍ବାର ବିଭିନ୍ନ ରଙ୍ଗରେ ଆଚ୍ଛାଦିତ ହୋଇଥାଏ । ସେତେବେଳେ ଉନ୍ଦ୍ରଧନୁ ସିଧା ଏବଂ ଓଲଟା ଦେଖାଯାଏ ।