Odia News Portal

ପୂର୍ବତନ ବିଧାୟକ ବିପନ ଦାଶ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ବିପିନ୍ ଦାଶ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ
ପୂର୍ବତନ ବିଧାୟକ ଶ୍ରୀ ଦାଶଙ୍କର ଯୋଗଦେବାକୁ ଆନୁଷ୍ଠାନିକ ଭାବରେ ଘୋଷଣା କଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀ ଦାଶଙ୍କ ଘରବାହୁଡ଼ା ହୋଇଛି । ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ
କରାଯାଇଥିଲା ।
ତାଙ୍କର ଯୋଗଦାନ ଆମକୁ ଉତ୍ସାହିତ କରିବା ସହ ଦଳକୁ ମଜବୁତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ
କାନୁନଗୋ, ଓଡ଼ିଶା କଂଗ୍ରେସ ଟ୍ରେନିଂଇନ୍‌ଚାର୍ଜ ଶ୍ରୀ ଶୁଭେନ୍ଦୁ ମହାନ୍ତି, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଉପସ୍ଥିତ ଥିଲେ ।