Odia News Portal

ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଛତୀଶଗଡ଼ : ଛତିଶଗଡର ଜାଞ୍ଜଗିର ଚମ୍ପା ଜିଲ୍ଲାରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜାଞ୍ଜଗିର ଚମ୍ପା ଜିଲ୍ଲାର ପୋଲିସ ଅଧିକାରୀ ବୁଧବାର କହିଛନ୍ତି ଯେ, ୩୩ ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗରେ ଜିଲ୍ଲାର ପୂର୍ବତନ କଲେକ୍ଟର ଜନକ ପ୍ରସାଦ ପଠକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରି ଘଟଣାର ତଦନ୍ତ କରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା ଜଣକ ଜାଞ୍ଜଗିର ଚମ୍ପା ଜିଲ୍ଲାର ପୋଲିସ ଅଧୀକ୍ଷକ ପାରୁଲ ମାଥୁରଙ୍କ ନିକଟରେ ହାଜର ହୋଇ ଏକ ଲିଖିତ ଆବେଦନ କରିଥିଲେ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଗତ ମାସର ୧୫ ତାରିଖ ଦିନ ଜନକ ପ୍ରସାଦ ପାଠକ ତାଙ୍କ ସ୍ୱାମୀଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଧମକ ଦେଇ କଲେକ୍ଟର ପରିସରରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ସ୍ୱାମୀ ସରକାରୀ ବିଭାଗରେ ଅଛନ୍ତି। ଅଧିକାରୀ କହିଛନ୍ତି ଯେ ମହିଳା ଅଭିଯୋଗ କରିଛନ୍ତି ଯେ ପାଠକ ମଧ୍ୟ ମୋବାଇଲକୁ ଅଶ୍ଳୀଳ ବାର୍ତ୍ତା ପଠାଇଛନ୍ତି। ମହିଳା ଜଣକ ମେସେଜର ସ୍କ୍ରିନସଟ ନେଇ ପୋଲିସକୁ ଦେଇଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଉପରେ ପୋଲିସ ଆଜି ପାଠକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଛି।