Odia News Portal

ବିବାଦରେ ଏକତାଙ୍କ ନୂଆ ୱେବ୍‌ ସିରିଜ୍ ‘XXX-2’

ମୁମ୍ବାଇ : ଲୋକପ୍ରିୟ ଫିଲ୍ମମେକର୍‌ ଏକତା କପୁରଙ୍କ ନୂଆ ୱେବ୍‌ ସିରିଜ୍‌ ‘ଟ୍ରିପିଲ୍‌ ଏକ୍ସ-୨’କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଏହାର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର ପାଲମ ବିହାର ପୁଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ଦାଖଲ କରିଛନ୍ତି ।

ଟ୍ରିପିଲ୍‌ ଏକ୍ସ-୨’ ଆର୍ମି ଅଫିସର୍‌ଙ୍କ ଜୀବନ ଉପରେ ପର୍ଯ୍ୟବେସିତ । ୱେବ୍‌ ସିରିଜ୍‌କୁ ଦୃଢ଼ ବିରୋଧ କରି ସହିଦ କଲ୍ୟାଣ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍‌ ମେଜର ଟି.ସି. ରାଓ କହିଛନ୍ତି, ସେନା ଯବାନମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରନ୍ତି, କିନ୍ତୁ ୱେବ୍‌ ନିର୍ମାତା ତଥା ନିର୍ଦ୍ଦେଶକମାନେ ସେମାନଙ୍କ ଫିଲ୍ମରେ ବର୍ଣ୍ଣନା କରିଛନ୍ତି ଯେ ଯବାନମାନେ ସୀମାରେ ଦେଶ ସେବା କରିବା ସମୟରେ ସେମାନଙ୍କ ପତ୍ନୀ ଘରେ ପର ପୁରୁଷ ସହ ସମ୍ପର୍କ ରଖୁଛନ୍ତି । ଏହି ବିଷୟବସ୍ତୁ ଅତ୍ୟନ୍ତ ଆପତ୍ତିଜନକ । ଏହା ଆମ ସୈନ୍ୟବାହିନୀର ମନୋବଳ ଭାଙ୍ଗିପାରେ ବୋଲି ସେ କହିଛନ୍ତି ।

ସେନା ଅଧିକାରୀ ପିନ୍ଧିଥିବା ୟୁନିଫର୍ମରେ ଆଶୋକ ସ୍ତମ୍ଭ ଓ ତାଜ୍‌ର ପ୍ରତୀକ ରହିଥିବା ଟ୍ରିପିଲ୍ ଏକ୍ସ-୨ ଦର୍ଶାଇଛି । ଏହା ଆମ ସୈନ୍ୟବାହିନୀ ଓ ସୈନ୍ୟ ଅଧିକାରୀଙ୍କୁ ଅପମାନ ବୋଲି ରାଓ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏକତା କପୁର ଯଦି ଏହି ଆପତ୍ତିଜନକ ଦୃଶ୍ୟ ୱେବ୍‌ ସିରିଜ୍‌ରୁ ହଟାଇବେ ନାହିଁ, ତେବେ ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ପାଲମ ବିହାର ପୁଲିସ ଷ୍ଟେସନ୍‌ ଅଧିକାରୀ