ଭୁବନେଶ୍ୱର : ମଣିପାଳ ଏକାଡ଼େମୀ ଅଫ୍ ହାୟର ଏଜୁକେଶନ
ପକ୍ଷରୁ ଗାନ୍ଧିଆନ୍ ସେଂଟର ଫର୍ ଫିଲୋସୋଫିକାଲ ଆଟର୍ସ ଆଣ୍ଡ୍ ସାଇନ୍ସ୍ ପାଠ୍ୟକ୍ରମରେ ୨୦୨୦ ନାମଲେଖା ଲାଗି ଆବେଦନ ଆହ୍ୱାନ କରାଯାଇଛି । ଏକାଡ଼େମୀ ପକ୍ଷରୁ ଇକୋସୋଫିକାଲ ଆସେଥେଟିକ୍ ଏବଂ ପୋଷ୍ଟଗ୍ରାଜୁଏଟ୍ ଇନ୍
ଆର୍ଟସ ଆଣ୍ଡ୍ ପିସ୍ ଷ୍ଟଡ଼ିଜ୍ ଆଦି ଦୁଇଟି ପୋଷ୍ଟଗ୍ରାଜୁଏଟ୍ ପାଠ୍ୟକ୍ରମ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଗ୍ରାଜୁଏଟ୍ ପାଠ୍ୟକ୍ରମ ଅବ ତତୁଲ୍ୟ ଶିକ୍ଷାଗତ ଯୋଗ୍ୟତା ଥିବା ଶିକ୍ଷାର୍ଥୀ
ଏଥିରେ ନାମ ଲେଖାଇ ପାରିବେ । ଏହା ସହିତ
ଜର୍ଣ୍ଣାଲିଜିମ୍, ମେଡ଼ିଆ ଆଣ୍ଡ୍ କମ୍ୟୁନିକେଶନ, ସୋସିଓ-କଲଚରାଲ ପଲ୍ଟିକାଲ ଆଣ୍ଡ୍ ଏନଭାର୍ଣ୍ଣମେଂଟାଲ ସେକ୍ଟର, ଏକାଡ଼େମୀ ଆଣ୍ଡ୍ ରିସର୍ଚ୍ଚ, ପଲିସି ରିସର୍ଚ୍ଚ ଅର୍ଗାନାଇଜେଶନ୍,
ପବ୍ଲିଶିଂ ଆଦି ପେଶାଦାର ମଧ୍ୟ ନାମଲେଖାଇପାରିବେ ।
ଇକୋସୋଫିକାଲ ଆସେଥେଟିକ୍ରେ ପୋଷ୍ଟଗ୍ରାଜୁଏଟ୍ ୨ ବର୍ଷିଆ ପାଠ୍ୟକ୍ରମରେ ଇକୋଲୋଜି ସହିତ ଫିଲୋସୋଫି ଅନ୍ତର୍ଭୁକ୍ତ
କରାଯାଇଛି । ଏଥିରେ ମ୍ୟୁଜିକ, ଡ୍ୟାନ୍ସ୍, ଲିଟ୍ରେଚର, ଥିଏଟର, ସିନେମା, ପେଟିଂ ସମ୍ପର୍କରେ ଅଧ୍ୟୟନ କରାଯିବ ।
ସେହିପରି ଆଟର୍ସରେ ପୋଷ୍ଟଗ୍ରାଜୁଏଟ୍ ଏବଂ ପିସ୍ ଷ୍ଟଡ଼ିଜ୍ ପାଠ୍ୟକ୍ରମରେ ପିସ୍, ପର୍ସନାଲ, ସୋସିଆଲ୍ ଇକୋଲୋଜିକାଲ, ଅନ୍ତର୍ଜାତୀୟ ଆଦି ବିଷୟ ସମ୍ପର୍କରେ ଶିକ୍ଷାଦାନ କରାଯିବ ।
ମ୍ୟୁଜିକ, ଡ୍ୟାନ୍ସ୍, ଥିଏଟର, ଭିଜୁଆଲ୍ ଆର୍ଟସ୍, ସିନେମା ଆଦି ବିଷୟରେ ଶିକ୍ଷାଦାନ କରାଯିବ । ଉଭୟ ପାଠ୍ୟକ୍ରମର ଅବଧି ୨ ବର୍ଷ । ଏଥିରେ ୪ଟି ସେମିଷ୍ଟର ରହିଛି । ଉଭୟରେ ଇଟର୍ଣ୍ଣଶିପ୍
ବାଧ୍ୟତାମୂଳକ ।
ଏହି ଅବସରରେ ଗାନ୍ଧିଆନ୍ ସେଂଟର ଫର୍ ଫିଲୋସୋଫିକାଲ ଆଟର୍ସ ଆଣ୍ଡ୍ ସାଇନ୍ସ୍ର ନିର୍ଦ୍ଦେଶକ ପ୍ରଫେସର ଭର୍ଦେଶ୍ ହିରେଗଙ୍ଗେ କହିଲେ, ସମ୍ପ୍ରତି ଆମେ ବଂଚୁଥିବା ପୃଥିବୀରେ
ଇକୋଲୋଜିକାଲ ସ୍ଥିତି ଖରାପ ହେବାରେ ଲାଗିଛି ଏବଂ ସେହିପରି ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି । ମୋର ବିଶ୍ୱାସ ଏହି ଦୁଇଟି ପାଠ୍ୟକ୍ରମ ଶିକ୍ଷାର୍ଥୀଙ୍କୁ ବେଶ୍ ସହାୟତା ପ୍ରଦାନ କରିପାରିବ । ଜର୍ଣ୍ଣାଲିଜିମ୍, ଫିଲୋସୋଫି, ଇକୋଲୋଜି, ଆଟର୍ସ ଏବଂ ସାଇନ୍ସ୍ କ୍ଷେତ୍ରରେ
ଶିକ୍ଷାର୍ଥୀ ବେଶ୍ ଉନ୍ନତି କରିପାରିବେ ।
ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନର ଅନ୍ତିମ ତାରିଖ ୨୦୨୦ ଜୁଲାଇ ୧୫ ରହିଛି । ଅନ୍ଲାଇନ୍ରେ ଆବେଦନ ପାଇଁ ଶିକ୍ଷାର୍ଥୀ https://manipal.edu/gandhian-centre.html ୱେବସାଇଟର ଵ୍ୟଵହାର କରିପାରିବେ ଅବା [email protected]ରେ କାର୍ଯ୍ୟଳୟ ସହିତ ଯୋଗାଯୋଗ କରିପାରିବେ । ।