ମୁମ୍ୱାଇ : ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ୮ଜୁନ୍ରେ ନିଜର ୬୩ ତମ ଜନ୍ମଦିନ ପାଳିବେ । ଡିମ୍ପଲ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ , ଯିଏ ମହିଳାଙ୍କ ସେହି ଛବିକୁ ହଟେଇ ଦେଖାଇଥିଲେ କି ବିବାହ ପରେ ଅଭିନେତ୍ରୀଙ୍କ ଫିଲ୍ମ ଆଉ ହିଟ୍ ହୁଏ ନାହିଁ ।
ଡିମ୍ପଲଙ୍କ ଜନ୍ମ ୮ଜୁନ୍ ୧୯୫୭, ଗୁଜରାଟୀ ପରିବାରରେ ହୋଇଥିଲା । ସେ ରାଜ କପୁରଙ୍କର ସାହାଯ୍ୟରେ ଫିଲ୍ମକୁ ଆସିଥିଲେ । ୭୦ ଦଶକରେ ସେ ହିଟ୍ ଫିଲ୍ମ ‘ବବି’ କରିଥିଲେ। ଏଥିରେ ସେ ବହୁତ ବୋଲ୍ଡ ସିନ୍ କରିଥିଲେ । ଫିଲ୍ମରେ ତାଙ୍କର ଅପଜିଟ୍ରେ ଅଭିନେତା ରିଷି କପୁର ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମ ପରେ ଡିମ୍ପଲଙ୍କୁ ଅନେକ ଗୁଡ଼ିଏ ଫିଲ୍ମରେ ଅଫର ମିଳିଲା ।
ଏକ ଇଭେଣ୍ଟରେ ହୋଇଥିଲା ରାଜେଶ ଖାନ୍ନାଙ୍କ ସହ ପ୍ରଥମ ସାକ୍ଷାତ୍ –
ରାଜେଶ ଖାନ୍ନା ଏକ ଇଭେଣ୍ଟରେ ଗୁଜୁରାଟ ଯାଇଥିଲେ । ଯେଉଁଠାରେ ଅହମ୍ମଦାବାଦର ସ୍ପୋର୍ଟ୍ସ କ୍ଲବ୍ରେ ଡିମ୍ପଲ କପାଡ଼ିଆଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ରାଜେଶ ଖାନ୍ନା ଏହି ଇଭେଣ୍ଟରେ ଚିଫ୍ ଗେଷ୍ଟ ଭାବେ ଆସିଥିଲେ
ଅହମ୍ମଦାବାଦ୍ର ସ୍ପୋର୍ଟ୍ସ କ୍ଲବ୍ରେ ଡିମ୍ପଲ କପାଡ଼ିଆଙ୍କୁ ଦେଖି ପ୍ରଥମ ନଜରରେ ରାଜେଶ ଖାନ୍ନାଙ୍କ ତାଙ୍କ ସହ ପ୍ରେମ ହୋଇଥିଲା । ସେ ତାଙ୍କୁ ପ୍ରଥମ ଦେଖାରେ ହିଁ ହୃଦୟ ଦେଇସାରିଥିଲେ । ଅନ୍ୟପଟେ ଡିମ୍ପଲ, ରାଜେଶ ଖାନ୍ନାଙ୍କର ବହୁତ ବଡ଼ ପ୍ରଶଂସକ ଥିଲେ ।
୩ ବର୍ଷ ଯାଏ ଚାଲିଲା ପ୍ରେମର ଲୁଚକାଳି ଖେଳ –
ରାଜେଶ ଖାନ୍ନା ଓ ଡିମ୍ପଲ କପାଡ଼ିଆଙ୍କର ଆଫେୟାର ୩ ବର୍ଷ ଯାଏ ଚାଲିଲା ଏବଂ ଏହାପରେ ସେମାନେ ପରସ୍ପରକୁ ୧୯୭୩ ରେ ବିବାହ କରିଥିଲେ। ଏହି ସମୟରେ ଡିମ୍ପଲ ୧୬ ବର୍ଷ ବୟସର ଥିଲେ ଏବଂ ରାଜେଶ ଖାନ୍ନା ତାଙ୍କ ଠାରୁ ୧୫ ବର୍ଷ ବଡ଼ ଥିଲେ । କିନ୍ତୁ କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ । ଯାହାକି ରାଜେଶ –ଡିମ୍ପଲଙ୍କ ଲଭ୍ଷ୍ଟୋରୀରୁ ସ୍ପଷ୍ଟ ପ୍ରତୀୟମାନ ହୁଏ । କାରଣ ତାଙ୍କର ପ୍ରେମରେ ବୟସ କୌଣସି ବାଧା ଦେଇନଥିଲା ।
୧୦ ବର୍ଷ ପରେ ପରସ୍ପରଙ୍କ ଠାରୁ ଅଲଗା ହୋଇଥିଲେ –
ରାଜେଶ ଖାନ୍ନାଙ୍କ ସହ ବିବାହର ୧୦ ବର୍ଷ ପରେ ଡିମ୍ପଲ ଅଲଗା ରହିବାକୁ ଲାଗିଲେ । ଦୁଇ ଜଣଙ୍କ ଭିତରେ କଳହ ଲାଗିରହିଥିଲା । କିନ୍ତୁ କେହି କାହାକୁ ଛାଡ଼ପତ୍ର ଦେଇନଥିଲେ । ହେଲେ ତାଙ୍କ ସଂପର୍କ ପ୍ରଥମ ଭଳି ଭଲ ନଥିଲା ।
ରାଜେଶ ଖାନ୍ନାଙ୍କ ସହ ସାକ୍ଷାତ ହେବା ପରେ ଡିମ୍ପଲ ସବୁ ପ୍ରସ୍ତାବକୁ ଏଡ଼େଇ ଦେଇ ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ । ୧୯୮୪ମସିହାରେ ଫିଲ୍ମ ‘ଜଖମୀ’ରୁ ସେ ଇଣ୍ଡଷ୍ଟ୍ରୀରେ କମବ୍ୟାକ୍ କରିଥିଲେ । ଫିଲ୍ମ ସଫଳ ହୋଇନଥିଲା । ଏହାପରେ ସେ ଫିଲ୍ମ ‘ସାଗର’ରେ ଖୁବ୍ ବୋଲ୍ଡ ସିନ୍ ଦେଇଥିଲେ ଏବଂ ତାଙ୍କର ଛବି ଜଣେ ବୋଲ୍ଡ ଅଭିନେତ୍ରୀ ଭାବେ ହୋଇଗଲା ।
ଡିମ୍ପଲ ୫ ଦଶକର ଲମ୍ୱା କ୍ୟାରିୟରରେ ପାଖାପାଖି ୮୫ଟି ଫିଲ୍ମରେ ଅଭିନୟ କରିଛନ୍ତି
ସେ ନିଜର କ୍ୟାରିୟରରେ ଅର୍ଜୁନ୍ , ଏତବାର , କାଶ , ରାମ ଲଖନ୍ , ବିସ୍ ସାଲ୍ ବାଦ୍ , ବଣ୍ଟବାରା , ପ୍ରହାର , ଅଜୁବା , ନରସିମ୍ହା, ଗର୍ଦିଶ୍ , କ୍ରାନ୍ତିବୀର , ଦିଲ୍ ଚାହତା ହୈ , ବିଇଙ୍ଗ ସାୟରସ୍ , ଦବଙ୍ଗ , କକ୍ଟେଲ୍, ପଟିଆଲା ହାଉସ୍ ଓ ଫାଇଡିଂ ଫନି ଭଳି ସଫଳ ଫିଲ୍ମରେ କାମ କରିଛନ୍ତି ।