ଜମ୍ମୁ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଲଗାତାର ଭାବରେ ଜାରି ରହିଛି। ରବିବାର ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଏନକାଉଣ୍ଟରରେ ବେଳେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଇଛି। ସ୍ଥାନୀ ଅଞ୍ଚଳରେ କୌଣସି ପ୍ରକାର ଗୁଜବ ଖବର ପ୍ରକାଶ ନପାଉ ସେଥିପାଇଁ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି।
ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା ରେବନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିଲେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ପୋଲିସ ଟିମ୍ ଏକାଠି ଚଢାଉ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା, କିନ୍ତୁ ସେମାନେ ମାନିନଥିଲେ। ଏହାପରେ ଗୁଳିକାଣ୍ହ ହୋଇଥିଲା। ମଧ୍ୟାହ୍ନ ପର୍ଯ୍ୟନ୍ତ ଦୁଇ ପକ୍ଷଙ୍କ ଭିତରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପରେ ଲୁଚି ରହିଥିବା ୨ ଜଣ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ।