Odia News Portal

ପ୍ରେମ କାହାଣୀ ଲେଖୁଛନ୍ତି ସଲମାନ୍‌ ଖାନ୍‌

ମୁମ୍ବାଇ : କରୋନା ସଂକ୍ରମଣର ଏହି ସମୟରେ ପାନଭେଲରେ ଥିବା ନିଜ ଫାର୍ମହାଉସ୍‌ରେ ସମୟ ଅତିବାହିତ କରୁଛନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ । ସେଠାରେ ସେ ମ୍ୟୁଜିକ୍‌ ଭିଡିଓ ସୁଟିଂ କରିବା , ଚିତ୍ର ଆଙ୍କିବା ପରି ବହୁ ସୃଜନାତ୍ମକ କାମ କରୁଛନ୍ତି । ଏବେ ସେ ଆଉ ଏକ ନୂଆ କାମ ହାତକୁ ନେଇଥିବା ଖବର ମିଳିଛି ।

ରିପୋର୍ଟ ଅନୁସାରେ ଭାଇଜାନ୍‌ ସେଠାରେ ଲେଖକ ପାଲଟିଯାଇଛନ୍ତି । ଏକ ଯୁବ ଦଂପତିଙ୍କ ଉପରେ ଆଧାରିତ ପ୍ରେମ କାହାଣୀକୁ ଲେଖୁଛନ୍ତି । କାହାଣୀ ସଂପର୍କରେ ସେ ବହୁ ଦିନ ଆଗରୁ ଚିନ୍ତା କରିଥିଲେ । ପିତା ସଲିମ୍‌ ଖାନ୍‌ଙ୍କ ପ୍ରେରଣା ପାଇ ତାକୁ ଏବେ ସ୍କ୍ରିପ୍ଟର ରୂପ ଦେଉଛନ୍ତି । ଖୁବ୍‌ ଶୀଘ୍ର ତା ଉପରେ ଏକ ଫିଲ୍ମ ନିର୍ମାଣ ହୋଇପାରେ । ସୂଚନାଥାଉକି, ସଲମାନ୍‌ଙ୍କ ସହିତ ସେଠାରେ ତାଙ୍କର ପରିବାର ସଦସ୍ୟ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ୟୁଲିଆ ଭାନ୍ତୁରଙ୍କ ଭଳି କିଛି ସେଲିବ୍ରିଟି ବି ରହୁଛନ୍ତି । ଫାର୍ମହାଉସ୍‌ରେ ରହିବା ମଧ୍ୟରେ ସଲମାନ୍‌ ୩ଟି