ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍ ମାମଲାରେ ଏବେ ଯାଏଁ ପ୍ରାୟ ୧୩ ଜଣଙ୍କୁ ପୋଲିସ ଜେରା କରିସାରିଲାଣି। ତଦନ୍ତକୁ ଆଉ ଟିକେ ଆଗେଇ ନେଇ ପୋଲିସ ଏବେ ସୁଶାନ୍ତଙ୍କ ବନ୍ଧୁବାନ୍ଧବ, ଚାକର ଓ ସାଙ୍ଗସାଥୀ ତଥା ତାଙ୍କ ସହ କାମ କରୁଥିବା ଲୋକ ଓ ପ୍ରଡକ୍ସନ୍ ହାଉସ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି। ଏହି ମାମଲାରେ ପୋଲିସ ଗତକାଲି ସୁଶାନ୍ତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିଥିଲା। ତାଙ୍କୁ ଦିନ ୧୧ଟାରୁ ରାତି ୧୦ ଟା ଯାଏଁ ଜେରା କରିଥିଲା ପୋଲିସ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ୟୁଜର ମହେଶ ଭଟ୍ଟଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।
ଏବେ ମହେଶ ଓ ରିୟାଙ୍କର ୨ ବର୍ଷ ତଳର ପୁରୁଣା ଫଟୋ ସାମ୍ନାକୁ ଆସିଛି। ଫଟୋରେ ମହେଶ ଭଟ୍ଟ ରିୟାଙ୍କ କାନ୍ଧରେ ମୁଣ୍ଡ ଥୋଇଥିବା ଦେଖାଯାଇଛି। ଏହି ଫଟୋକୁ ରିୟା ନିଜ ଇନ୍ଷ୍ଟାଗ୍ରାମ୍ରେ ୨୦୧୮ରେ ସେୟାର କରିଥିଲେ। ଏହି ଫଟୋକୁ ସେୟାର କରି ସେ ସେତେବେଳେ ମହେଶ ଭଟ୍ଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଫଟୋ ସେୟାର କରି ସେ କ୍ୟାପସନ୍ରେ ଲେଖିଥିଲେ ‘ହାପି ବର୍ଥ ଡେ ମୋ ବୁଢ଼ା। ସାର ଆପଣ ମତେ ବହୁତ ଭଲରେ ସମ୍ଭାଳିଛନ୍ତି, ଭଲ ପାଇବା ଦେଇଛନ୍ତି ଓ ଉଡ଼ିବା ଶିଖାଇଛନ୍ତି। ଆପଣ ଜଣେ ଏଭଳି ବ୍ୟକ୍ତି ଯିଏ ଅନ୍ୟଙ୍କୁ ଉଜ୍ଜ୍ୱଳିତ କରିଥାନ୍ତି’।
ତେବେ ଏହି ଫଟୋ ଭାଇରାଲ ହେବା ପରେ ମହେଶ ଭଟ୍ଟ ଓ ରିୟାଙ୍କୁ ୟୁଜର୍ସମାନେ ସୁଶାନ୍ତଙ୍କ ସୁଇସାଇଡ୍ର କାରଣ ବୋଲି କହିଛନ୍ତି। ଟ୍ଵିଟରରେ ଲୋକମାନେ ମହେଶ ଭଟ୍ଟଙ୍କ ଉପରେ ବିଭିନ୍ନ ପ୍ରକାରର ଆରୋପ ଲଗାଇଛନ୍ତି। ସେହିପରି ଆଉ କିଛି ଲୋକ ରିୟାଙ୍କୁ ସପୋର୍ଟ କରୁଥିବା ଦେଖାଯାଇଛି। ଟ୍ଵିଟରରେ ଲୋକମାନେ ମହେଶ ଭଟ୍ଟଙ୍କୁ ଅନ୍ଫଲୋ କରିବାକୁ ଅପିଲ କରୁଛନ୍ତି।
ସୂଚନାଯୋଗ୍ୟ ଯେ ଜୁନ୍ ୧୪ ତାରିଖ ଦିନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ବଲିଉଡ ଇଣ୍ଡଷ୍ଟ୍ରୀ ଉପରେ ଲୋକମାନେ ବିଭିନ୍ନ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି।