କୋଲକାତା : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଅଧ୍ଯକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଶ ଗାଙ୍ଗୁଲିଙ୍କ ପତ୍ନୀ କରୋନା ପଜିଟିଭ୍ ଜଣା ପଡିଛନ୍ତି । ଏହା ପରେ ତାଙ୍କ ମାଙ୍କର ମଧ୍ୟ ଯାଞ୍ଚ ହେବା ପରେ ସେ ମଧ୍ୟ କରୋନା ପଜିଟିଭ୍ ଥିବା ରିପୋର୍ଟରେ ଜଣାପଡିଲା । ପ୍ରଥମେ ଉଭୟଙ୍କ ଥଣ୍ଡା, କାଶ ଓ ଜ୍ୱର ଥିଲା । ପରେ ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଲା । ଏହା ପରେ ଶୁକ୍ରବାର ସକାଳ ସମୟରେ ସେମାନଙ୍କ ରିପୋର୍ଟ କରୋନା ପଜିଟିଭ୍ ମିଳିଲା ।
ତେବେ ସାବଧାନତା ଅବଲମ୍ବନ କରି ଗାଙ୍ଗୁଲି ମଧ୍ୟ କ୍ୱାରଣ୍ଟାଇନରେ ନିଜକୁ ରଖିଛନ୍ତି । ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି ଯିଏ ତାଙ୍କ ସମ୍ପର୍କରେ ଆସିଥିଲେ । ଏହା ପରେ ସାଙ୍ଗ ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଏମାନଙ୍କ ସମ୍ପର୍କରେ ଆସିଥିବା ନେଇ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି । ସୌରଭ ଗାଙ୍ଗୁଲିଙ୍କ ମାଙ୍କୁ ୮୦ ବର୍ଷ ତେଣୁ ପରିବାରର ଚିନ୍ତା ବଢିଯାଇଛି ।