Odia News Portal

‘ସେକ୍ସି’ ଶବ୍ଦ ଯୋଗୁ ବଲିଉଡ୍‌ ଛାଡ଼ିଲେ ଏହି ଅଭିନେତ୍ରୀ

ମୁମ୍ବାଇ : ହଟ୍‌ ଏବଂ ବୋଲ୍ଡ ଚରିତ୍ର ପାଇଁ ପରିଚିତ ବଲିଉଡ୍‌ ଅଭିନେତ୍ରୀ ରିୟା ସେନ୍‌ ଅକସ୍ମାତ ଭାବେ ବଲିଉଡ୍‌ରୁ ବିଦାୟ ନେଇଥିଲେ । ସେ ହଠାତ୍‌ କାହିଁକି ଏଭଳି ନିଷ୍ପତ୍ତି ନେଇଥିଲେ ଏନେଇ ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି । ରିୟାଙ୍କ ମୁତାବକ, ତାଙ୍କୁ ବଲିଉଡ୍‌ରେ ମିଳୁଥିବା ଅଧିକାଂଶ ଚରିତ୍ର ସେକ୍ସି ଏବଂ ବୋଲ୍ଡ ସିନ୍‌ ଉପରେ ଆଧାରିତ ଥିଲେ । ଧୀରେ ଧୀରେ ତାଙ୍କ ନାଁ ପୂର୍ବରୁ ସେକ୍ସି, ହଟ୍‌ ଏବଂ ବୋଲ୍ଡ ଭଲି ଟ୍ୟାଗ୍‌ ଲାଗିଗଲା । ଯାହା ତାଙ୍କୁ ବହୁତ ଖରାପ ଅନୁଭବ ହେଉଥିଲା । ରିୟା ତାଙ୍କ ବାସ୍ତବ ଦୁନିଆରେ ମଧ୍ୟ ଏଭଳି ହୋଇଥିବେ ବୋଲି ଲୋକଙ୍କୁ ଅନୁଭବ ହେବାକୁ ଲାଗିଲା ।

ସେ ବାହାରକୁ ଯିବା ସମୟରେ ଲୋକ ତାଙ୍କୁ ଭିନ୍ନ ନଜରରେ ଦେଖିବାକୁ ଲାଗିଲେ । ଫଳରେ ମାନସିକ ଚିନ୍ତାରେ ସେ ଫିଲ୍ମରେ ଅଭିନୟ କରିବା ସମୟରେ ମଧ୍ୟ ଏଥିପ୍ରତି ଧ୍ୟାନ କେନ୍ଦ୍ରିତ କରି ପାରିଲେ ନାହିଁ । ଯାହାଦ୍ୱାରା ସେ ଜଣେ ଭଲ ଅଭିନେତ୍ରୀ ନୁହେଁ ବୋଲି ଲୋକଙ୍କୁ ଅନୁଭବ ହେବାକୁ ଲାଗିଲା । ଏଣୁ ଅନେକ ବିଚାର କରି ସେ ବଲିଉଡକୁ ତ୍ୟାଗ କରିବାର ନିଷ୍ପତ୍ତି ନେଇଥିବା ରିୟା ପ୍ରକାଶ କରିଛନ୍ତି । ଏବେ ସେ ‘ପତି ପତ୍ନୀ ଅର ୱୋ’ ନାମକ କମେଡି ସୋ’ରେ ନଜର ଆସୁଛନ୍ତି । ସେ ଏହି କମେଡି ସୋ’ରେ ଅଭିନୟ କରି ବେଶ୍‌ ଖୁସି ଥିବା କହିଛନ୍ତି ।