ମୁମ୍ବାଇ : ଭାରତୀୟ କ୍ରିକେଟ ଟିମର ବୋଲର ମହମ୍ମଦ ଶମିଙ୍କ ପତ୍ନୀ ହସିନ ଜହାଁ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ ଥାଆନ୍ତି। ଏଠାରେ ସେ ନିଜ ଫ୍ୟାନଙ୍କ ପାଇଁ ନୂଆ ନୂଆ ଭିଡିଓ ସେୟାର କରି ମନୋରଞ୍ଜନ କରିଥାନ୍ତି। ସେ ନିଜ ଫଟୋ ସେୟାର କରି ଶମ୍ମିଙ୍କୁ ଟାର୍ଗେଟ୍ କରିବାରୁ ପଛକୁ ହଟୁନାହାନ୍ତି। ଏବେ ହସିନଙ୍କ ଆଉ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେଉଛି। ଯାହାକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି।
ହସିନ ଇନଷ୍ଟାଗ୍ରାମରେ ନିଜର ଏକ ବୋଲ୍ଡ ଭିଡିଓ ସେୟାର କରି ଲେଖିଛନ୍ତି,ଜଷ୍ଟ୍ ଲାଇକ୍ ହଟ୍। ଏହି ଗୀତରେ ହସିନ୍ ଲୋକପ୍ରିୟ ବଲିଉଡ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହା ପରେ ପ୍ରଶଂସକମାନେ ଏହି ଭିଡିଓରେ ଜୋରସୋରରେ କମେଣ୍ଟ୍ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି,‘ଆପଣ ନିଆଁ ଲଗାଉଛନ୍ତି।’ ଆଉ ଜଣେ ଲେଖିଛନ୍ତି,‘ଆପଣ ମୋତେ ବାହା ହେବେ କି?’
ହସିନ ଜହାଁ ପୂର୍ବରୁ ମଧ୍ୟ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ସାରିଛନ୍ତି।