Odia News Portal

ରାଜ୍ୟରେ ଗୋÂୀ ସଂକ୍ରମଣ ଆରମ୍ଭ ହେଲାଣି: ମୁଖ୍ୟମନ୍ତ୍ରୀ

ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ଇତି ମଧ୍ୟରେ ଗୋଆରେ ଗୋÂୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି । ରାଜ୍ୟରେ କେତେକ ସ୍ଥାନରେ ଗୋÂୀ ସଂକ୍ରମଣ ଆରମ୍ଭ ହୋଇଥିବା ଦେଖାଯାଇଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ତତପରତା ଦେଖାଇଛନ୍ତି ।

ରାଜ୍ୟରେ ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ କରୋନା ଯାଞ୍ଚ କରାଯାଇ ୧୪ ଦିନ ଯାଏଁ ହୋମ କ୍ୱାରେଣ୍ଟାଟାଇନରେ ରଖାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସାୱାନ୍ତ କହିଛନ୍ତି ।

ସୂଚନା ଅନୁସାରେ ଗୋଆରେ ଗୋଟିଏ ଦିନରେ ୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩୯ରେ ପହଞ୍ଚିଛି ।