ଶ୍ରୀନଗର : ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲ୍ଲାରେ ବିଜେପି ମୁଖପାତ୍ର ମୀର ବଶାରତ ଫେସବୁକ୍ ଆଇଡି ପାକିସ୍ତାନରେ ହେଲା ହ୍ୟାକ୍। ଏହା ସହ ତାଙ୍କୁ ଜୀବନରେ ମାରିବାର ଧମକ ମଧ୍ୟ ଦିଆଯାଉଛି। ପୋଲିସ ଯେତେବେଳେ ଏହି ମାମଲାର ତଦନ୍ତ କରିଥିଲା ସେତେବେଳେ ଜଣାପଡିଥିଲା ଯେ, ବିଜେପି ନେତ୍ରୀଙ୍କୁ ଫସାଇବା ପାଇଁ ପାକିସ୍ତାନ ହ୍ୟାକର ବଡ ଷଡଯନ୍ତ୍ର କରିଛନ୍ତି।
ତାଙ୍କର ଫେସବୁକ୍ ଆଇଡିକୁ କ୍ଳୋନ କରି ବିଜେପି ମୁଖ୍ୟପାତ୍ରଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରି ନକଲି ପ୍ରମାଣ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ମହିଳା ନେତ୍ରୀ ଜଣକ ଏ ସମ୍ପର୍କରେ ଗୃହମନ୍ତ୍ରଣାଳୟର ସାଇବର ସେଲରେ ଅଭିଯୋଗ କରିଥିଲେ। ତାଙ୍କର କହିବା ଅନୁସାରେ, ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, କୋତଓ୍ବାଲ ବ୍ୟାଙ୍କ ରୋଡ୍ ନିବାସୀ ମହିଳା ବିଜେପି ନେତ୍ରୀ ଡକ୍ଟର ସିପିକା ଜସଓ୍ବାଲ ଗତ କିଛି ମାସ ହେବ ଦିଲ୍ଲୀରୁ ଆସିଥିଲେ। ତାଙ୍କର କହିବା ଅନୁସାରେ ୨୨ ଜୁନରେ କୁପଓ୍ବାଡା ଜିଲ୍ଲାର ବିଜେପି ମୁଖପାତ୍ର ମୀର ବଶରତଙ୍କୁ ଅମିତ ଆବାସ ନକଲି ନାମରେ ଫେସବୁକ୍ ଆଇଡିରୁ ଏକ ସପ୍ତାହ ଭିତରେ ଜୀବନରେ ମାରିବାର ଧମକ ଥିଲା।