Odia News Portal

କାଲି ଲଞ୍ଚ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ସୁଶାନ୍ତ ବେଶ୍‌ ଏକ୍ସାଇଟେଡ୍‌ ଥିଲେ। ଏହି ଫିଲ୍ମ ତାଙ୍କ ବେଷ୍ଟଫ୍ରେଣ୍ଡ ଓ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା। ମାତ୍ର ଫିଲ୍ମ ରିଲିଜ୍‌ ପୂର୍ବରୁ ହିଁ ସୁଶାନ୍ତ ସମସ୍ତଙ୍କୁ ଛାଡ଼ିଚାଲିଯାଇଛନ୍ତି।

ଦିଲ ବେଚାରାର ମେକର୍ସ ଜୁଲାଇ ୬ରେ ଫିଲ୍ମର ଟ୍ରେଲର ଅନ୍‌ଲାଇନ୍‌ରେ ଲଞ୍ଚ୍‌ କରିବାକୁ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ସଞ୍ଜନୀ ସାଂଘୀ ଅଭିନୟ କରୁଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସଞ୍ଜନା ବଲିଉଡ୍‌ରେ ପାଦ ଥାପିବେ। ମାତ୍ର ସୁଶାନ୍ତଙ୍କ ଏଭଳି ଅଚାନକ ଆତ୍ମହତ୍ୟା ପରେ ସଞ୍ଜନା ବି ମୁମ୍ବାଇ ଛାଡ଼ି ନିଜ ଘର ଦିଲ୍ଲୀ ଫେରିଯାଇଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଥିଲେ।

ତେବେ କରୋନା ଯୋଗୁ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜ୍‌ ଅଟକି ରହିଥିଲା। ମାତ୍ର ସୁଶାନ୍ତଙ୍କ ସୁଇସାଇଡ୍‌ ପରେ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବାକୁ ନିଷ୍ପତ୍ତି ହୋଇଛି। ସୁଶାନ୍ତଙ୍କର ଏହି ଫିଲ୍ମକୁ ନେଇ ଫ୍ୟାନ୍‌ମାନେ ଖୁବ୍‌ ଆଶାବାଦୀ ଅଛନ୍ତି। ଏହି ଫିଲ୍ମକୁ ହିଟ୍‌ କରିବାକୁ ସୋସିଆଲ ମିଡିଆରେ ଜୋରଦାର କ୍ୟାମ୍ପେନିଂ ହେଉଥିବା ଦେଖାଯାଇଛି। ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍‌ ହେବ।