Odia News Portal

ଫିଲ୍ମ ‘ରାଧେ ଶ୍ୟାମ’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ : ‘ବାହୁବଲୀ’ ଫେମ୍‌ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସେମାନଙ୍କ ପ୍ରିୟ ଅଭିନେତାଙ୍କ ଅପ୍‌କମିଙ୍ଗ ଫିଲ୍ମର ଟାଇଟଲ୍‌ ଏବଂ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ନିଜେ ପ୍ରଭାସ ଇନ୍‌ଷ୍ଟାଗ୍ରାମ୍‌ରେ ଏହା ଖୁଲାସା କରିଛନ୍ତି। ଫିଲ୍ମର ଟାଇଟଲ୍‌ ‘ରାଧେ ଶ୍ୟାମ’ । ଏଥିରେ ପୂଜା ହେଗ୍‌ଡେଙ୍କ ସହ ସେ ସ୍କ୍ରିନ୍‌ ସେୟାର କରିଛନ୍ତି । ଫିଲ୍ମଟି ବିଗ୍‌ ବଜେଟ୍‌ର ହୋଇଥିବାବେଳେ ହିିନ୍ଦୀ ସମେତ ୪ ଭାଷାରେ ଆସନ୍ତା ବର୍ଷ ରିଲିଜ୍‌ ହେବ । ଫାଷ୍ଟ ଲୁକ୍‌ ପୋଷ୍ଟରରେ ପ୍ରଭାସ ଏବଂ ପୂଜାଙ୍କର ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳୁଛି ।

ପ୍ରଭାସ ସୁଟ୍‌ ପିନ୍ଧି ହ୍ୟାଣ୍ଡସମ୍‌ ଦିଶୁଛନ୍ତି । ନାଲି ରଙ୍ଗର ଗାଉନ୍‌ରେ ପୂଜା ଗ୍ଲାମରସ୍‌ ଲାଗୁଛନ୍ତି। ସେମାନେ ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଥିବା ଅବସ୍ଥାରେ ପୋଜ୍‌ ଦେଇଛନ୍ତି । ବ୍ୟାକ୍‌ଗ୍ରାଉଣ୍ଡରେ ବନ୍ୟାର ଦୃଶ୍ୟ ଦେଖିବାକୁ ମିଳୁଛି । ରିଲିଜ୍‌ ହେବାଠାରୁ ପୋଷ୍ଟରକୁ ବହୁ ସଂଖ୍ୟାରେ ଲାଇକ୍‌ ମିଳୁଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଧା କୃଷ୍ଣ କୁମାର। ଏହା ମାଧ୍ୟମରେ ଦର୍ଶକେ ପ୍ରଥମ ଥର ପ୍ରଭାସ-ପୂଜାଙ୍କର ଅନସ୍କ୍ରିନ୍‌ ଯୋଡ଼ିକୁ ଦେଖିବାକୁ ପାଇବେ ।

ଏମାନଙ୍କ ସହିତ ପ୍ରିୟଦର୍ଶୀ, ଭାଗ୍ୟଶ୍ରୀଙ୍କୁ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ରିଲିଜ୍‌ ହୋଇଥିବା ପ୍ରଭାସଙ୍କ ଫିଲ୍ମ ‘ସାହୋ’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା । ପରେ ପ୍ରଭାସ ଏକ ରୋମାଣ୍ଟିକ୍‌ ଫିଲ୍ମରେ କାମ କରିବାକୁ ଇଚ୍ଛୁକ ବୋଲି କହିଥିଲେ । ‘ରାଧେ ଶ୍ୟାମ’ ଜରିଆରେ ତାଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି ।