ମୁମ୍ବାଇ : ମାୟାନାଗରୀ ମୁମ୍ବାଇରେ ସାଂଘାତିକ ରୂପ ନେଲାଣି କରୋନା। ଅମିତାଭ ବଚ୍ଚନ ଓ ତାଙ୍କ ପରିବାର, ଅନୁପମ ଖେର ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତିି । ଠିକ ତା ପରେ ପରେ କରୋନା ଯାଇ ଅଭିନେତ୍ରୀ ସାରା ଖାନଙ୍କ ଘରେ ପହଞ୍ଚିଛି । ସାରା କରିଛନ୍ତି ଯେ ତାଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।ଏହି ଖବର ଆସିବା ମାତ୍ରେ ବଲିଉଡରେ ଆତଙ୍କ ଦେଖାଦେଇଛି।
ସୋମବାର ଦିନ ବିଳମ୍ବିତ ରାତିରେ ସାରା ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ବର୍ତ୍ତମାନ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି। ସାରାଙ୍କ ଡ୍ରାଇଭର କରୋନା ସଂକ୍ରମିତ ହେବା ପରେ ସାରାଙ୍କ ପରିବାର ଏବଂ କର୍ମଚାରୀମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା । ଏଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହା ସତ୍ବେ ତାଙ୍କ ପରିବାର ସଦସ୍ୟ ଓ ସମସ୍ତ କର୍ମଚାରୀ ବିଏମସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛନ୍ତି । ସମସ୍ତେ ସୁରକ୍ଷିତ ରୁହନ୍ତୁ ବୋଲି ସାରା ତାଙ୍କ ଇଷ୍ଟାଗ୍ରମରେ କହିଛନ୍ତି ।