Odia News Portal

ବଲିଉଡ୍‌ରେ ପାଦ ଦେଲେ ପୁଣି ଆଉ ଜଣେ ଓଡ଼ିଆ ଅଭିନେତା

ଭୁବନେଶ୍ୱର : ବଲିଉଡ୍‌ରେ ପାଦ ଦେଲେ ପୁଣି ଆଉ ଜଣେ  ଓଡ଼ିଆ ଅଭିନେତା। ପ୍ରସିଦ୍ଧ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଏହି ସୁଯୋଗ ଦେଇଛନ୍ତି। ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ମୁଖ୍ୟ ଚରିତ୍ରରେ  ସୁଯୋଗ ଦେଇଥିବା ବେଳେ ତାଙ୍କ ବିପକ୍ଷରେ ଓଡ଼ିଆ ଯୁବ କଳାକାର ରକି କାଚ୍ଚିଙ୍କୁ ସୁଯୋଗ ଦେଇଛନ୍ତି । ଖୋଦ୍ ରାମ ଗୋପାଳ ବର୍ମା ଟ୍ୱିଟ୍ କରି  ଏହାର ସୂଚନା ଦେଇଛନ୍ତି।

ଟ୍ୱିଟରେ ରାମ ଗୋପାଳ ବର୍ମା ଅପସରା ରାଣୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ ପାଇଁ ସେ  ଓଡ଼ିଶାକୁ ଭଲଭାବେ ଜାଣିପାରିଛନ୍ତି ବୋଲି କହିଛନ୍ତି । ଏବେ ମୁଁ ଆଉ ଜଣେ ଓଡ଼ିଆ ପ୍ରତିଭାଙ୍କୁ ଆବିଷ୍କାର କରିଛି, ଯାହାଙ୍କ ନାଁ ରକ୍। ସେ ମୋର ପରବର୍ତ୍ତୀ ଫିଲ୍ମ ‘ଥ୍ରୀଲର୍’ରେ ଅପସରା ରାଣୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବୋଲି ରାମ ଗୋପାଳ ବର୍ମା କହିଛନ୍ତି ।

ରାମ ଗୋପାଳଙ୍କର ‘ଥ୍ରୀଲର୍’ ଫିଲ୍ମର ଦୁଇ ଲିଡ୍ କଳାକାର ଅପସରା ରାଣୀ ଓଡ଼ିଶାର ରାଉରକେଲାରୁ ଆସିଥିବା ବେଳେ ରକ୍ ନବରଙ୍ଗପୁରରୁ ଆସିଛନ୍ତି। ରାମୁ ନିଜର ଚତୁର୍ଥ ଓ ପଞ୍ଚମ ଟ୍ୱିଟରେ ‘ଥ୍ରୀଲର୍’ ଫିଲ୍ମରେ ଅପସରା ରାଣୀ ଓ ରକ୍ କାଚ୍ଚିଙ୍କ କିଛି ଫଟୋ ପୋଷ୍ଟ କରିଛନ୍ତି।

ଅଙ୍କିତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍‌ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କୁହାଯାଉଛି। ବଲାଙ୍ଗିରରେ ଘଟିଥିବା ପାର୍ସଲ୍‌ ବୋମା ଘଟଣାକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। କିନ୍ତୁ ଫିଲ୍ମ ବିରୋଧରେ ମାମଲା ଚାଲିଥିବାରୁ ଏପର୍ଯ୍ୟନ୍ତ ଏହା ପ୍ରେକ୍ଷାଳୟରେ ରିଲିଜ୍‌ ହୋଇପାରି ନାହିଁ।