Odia News Portal

‘କ୍ଲାସ ଅଫ୍‌ ୮୩’ର ଫାଷ୍ଟ ଲୁକ୍ ରିଲିଜ‌

ମୁମ୍ବାଇ : ଶାହରୁଖ୍‌ ଖାନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଏବେ ଆଗାମୀ ସିନେମା ‘କ୍ଲାସ ଅଫ୍‌ ୮୩’ର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି । ଫାଷ୍ଟ ଲୁକ୍‌ ପୋଷ୍ଟରରେ ଅଭିନେତା ବବି ଦେଓଲଙ୍କୁ ଜଣେ ଆଇପିଏସ୍‌ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳୁଛି ।

ଏକ କାର୍ଯ୍ୟକ୍ରମରେ ସେ ପୁଲିସକର୍ମୀଙ୍କୁ ସମ୍ବୋଧନ କରୁଛନ୍ତି । ଆଖିରେ ବଡ଼ ଚଷମା, ନିଶ ଓ ପୁଲିସ ପୋଷାକରେ ବବି ଖୁବ୍‌ ଗମ୍ଭୀର ଲାଗୁଛନ୍ତି । ଫିଲ୍ମଟି ସୈୟଦ୍‌ ୟୁନୁସ ହୁସେନ୍‌ ଜୈଦି ଲେଖିଥିବା ସମାନ ନାମର ପୁସ୍ତକ ଉପରେ ଆଧାରିତ । ବବି ଦେଓଲ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି । ତାଙ୍କ ବ୍ୟତୀତ ଶ୍ରେୟା ସରନ, ପ୍ରିୟାଂଶୁ ଚାଟାର୍ଜୀ, ଅମୃତା ପୁରୀ, ପୁଲକିତ ସମ୍ରାଟ, ଅନୁପ ସୋନିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ନିର୍ଦ୍ଦେଶନାରେ ଅଛନ୍ତି ଅତୁଲ ସବରୱାଲ। ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ । ତେବେ ରିଲିଜ୍‌ ତାରିଖ ସଂପର୍କରେ ଘୋଷଣା ହୋଇନାହିଁ । ଅନ୍ୟପଟେ ବବିଙ୍କ ଏହି ପୁଲିସ ଲୁକ୍‌କୁ ପ୍ରଶଂସକ ଖୁବ୍‌ ପସନ୍ଦ କରୁଛନ୍ତି ।