Odia News Portal

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ବିଦ୍ୟା ବାଲନ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ଏହାର ସଠିକ୍‌ କାରଣ ଜଣାପଡ଼ିନାହିଁ। କିଛି ଲୋକ ଏହାକୁ ହତ୍ୟା କହୁଥିବା ବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟରେ କିନ୍ତୁ ଆତ୍ମହତ୍ୟା ବୋଲି ଉଲ୍ଲେଖ ରହିଛି। ଏଣୁ ଦିନକୁ ଦିନ ଏହି ମାମଲା ରହସ୍ୟମୟ ହୋଇପଡ଼ିଛି। ଅନ୍ୟପଟେ ସୁଶାନ୍ତଙ୍କର ଏଭଳି ଅଚାନକ ନିଧନ ପରେ ବଲିଉଡ୍‌ର ଷ୍ଟାରମାନେ ମଧ୍ୟ ସ୍ତବ୍ଧ ହୋଇ ପଡ଼ିଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ବିଦ୍ୟା ବାଲନ୍‌ ଏନେଇ ନିଜ ମତ ରଖିଛନ୍ତି।

ବିଦ୍ୟା କହିଛନ୍ତି, ‘ଏହା ଠିକ୍‌ କି ଭୁଲ ଆମେ ଜାଣିନାହେଁ। କାରଣ ଆମେ ଜାଣିନେ ସେ ଏଭଳି ପଦକ୍ଷେପ କାହିଁକି ନେଲେ। ତାଙ୍କୁ ସମ୍ମାନ ଦେଇ ଚୁପ୍‌ ରହିବା ହିଁ ଭଲ। ଲୋକମାନେ ଯେଉଁ ସବୁ ମନଗଢ଼ା କାହାଣୀ କହୁଛନ୍ତି ତାହା ତାଙ୍କ ପରିଜନଙ୍କୁ ବ୍ୟଥିତ କରୁଥିବ ନିଶ୍ଚୟ। ମୁଁ ଇଣ୍ଡଷ୍ଟ୍ରୀରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛି। ସବୁ ପ୍ରକାରର ଅନୁଭୂତି ଅଛି ମୋର। ମୁଁ କହୁନି ଯେ ପରିବାରବାଦ ନାହିଁ କିନ୍ତୁ ଏହାକୁ ମୁଁ ରାସ୍ତାରେ ଆସିବାକୁ ଦେଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯଦି କେହି ନିଜ ଜୀବନ ନେବାକୁ ନିଷ୍ପତ୍ତି ନେଇଛି ତେବେ ଏଥିପାଇଁ କାହାକୁ ଦୋଷ ଦିଆଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ ଯେ ଖୁବ୍‌ଶୀଘ୍ର ବିଦ୍ୟା ବାଲନ୍‌ଙ୍କୁ ଗଣିତଜ୍ଞଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ଦେଖିବାକୁ ମିଳିବ। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଦର୍ଶକମାନେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ବିଦ୍ୟା‌ଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଜୁଲାଇ ୩୧ରେ ରିଲିଜ୍ ହେବ। ଫିଲ୍ମରେ ବିଦ୍ୟା ବାଲନ୍‌ଙ୍କ ସହ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।