Odia News Portal

ସମ୍ପର୍କ ଡୋରିରେ ବାନ୍ଧି ହେଲେ ପୁନମ

ବୋଲ୍ଡ ଫଟୋ ଏବଂ ଭିଡିଓ ପାଇଁ ବେଶ୍‌ ଚର୍ଚ୍ଚିତ ମଡେଲ କମ୍‌ ଅଭିନେତ୍ରୀ ପୁନମ ପାଣ୍ଡେ। ସବୁବେଳେ ଦର୍ଶକଙ୍କୁ ନିଜର ହଟ୍‌ ଅନ୍ଦାଜ ଦେଖାଇ ପାଗଳ କରୁଥିବା ପୁନମ ଏବେ ସମ୍ପର୍କ ଡୋରିରେ ବାନ୍ଧି ହେବାକୁ ଯାଉଛନ୍ତି। ପୁନମ୍ ପାଣ୍ଡେ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ ସ୍ୟାମ୍ ବମ୍ବେଙ୍କ ସହ ନିର୍ବନ୍ଧ କରିଛନ୍ତି। ସ୍ୟାମ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏଙ୍ଗେଜମେଣ୍ଟ ରିଙ୍ଗ୍ ପିନ୍ଧି ପୁନମଙ୍କ ସହ ଫଟୋ ସେୟାର କରିଛନ୍ତି। କେବଳ ଏତିକି ନୁହେଁ ନିଜେ ପୁନମ୍ ଏଥିରେ ନିଜର ରିଆକ୍ସନ୍ ମଧ୍ୟ ଦେଇଛନ୍ତି

ସ୍ୟାମ ଦୁଇ ଦିନ ତଳେ ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ,ଯେଉଁଥିରେ ଦୁହେଁ ନିଜର ମୁଦି ଦେଖାଇଥିଲେ। ସ୍ୟାମ୍ ଲେଖିଥିଲେ-‘ ଶେଷରେ ଆମେ ଏହା କରିଛୁ’। ଏଥିରେ ପୁନମ୍ ମଧ୍ୟ ରିଆକ୍ଟ କରି ଲେଖିଛନ୍ତି-‘ଶ୍ରେଷ୍ଠ ଅନୁଭବ’।

ତାଙ୍କ ପ୍ରଶଂସକମାନେ ମୁଦି ଦେଖି ନିର୍ବନ୍ଧର ଶୁଭକାମନା ଜଣାଉଛନ୍ତି। ମେ ମାସରେ ସ୍ୟାମ୍ ଏବଂ ପୁନମଙ୍କ ଉପରେ ଲକଡାଉନ୍ ନିୟମର ଉଲ୍ଲଙ୍ଘନ କରିବା ପାଇଁ ମୁମ୍ବାଇ ପୋଲିସ୍ ଚାର୍ଜ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଦୁହେଁ ଲକଡାଉନରେ ଡ୍ରାଇଭରେ ବାହାରିଥିଲେ। ପୁନମଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ସାମ ଏବଂ ପୁନମ ଏକାଠି ନଜର ଆସୁଛନ୍ତି।