Odia News Portal

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ ବଚ୍ଚନ

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। କୋଭିଡ୍ ୧୯ର ଚିକିତ୍ସା କରାଉଥିବା ଅମିତାଭ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି। ଗତ କିଛି ଦିନ ହେଲାଣି ଅମିତାଭ ଓ ଅଭିଷେକ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ଥିଲେ। ସେହିପରି ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି।

ଅମିତାଭ ସୁସ୍ଥ ହେବା ପରେ ଅଭିଷେକ ଟ୍ଵିଟ୍‌ କରି ଜଣାଇଛନ୍ତି। ଏହାଛଡା ଅଭିଷେକ କହିଛନ୍ତି, ମୁଁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଉଛି । ମୋ ବାପା କୋଭିଡ-୧୯ ଟେଷ୍ଟ ରିପୋର୍ଟ ନେଗେଟିଭି ଆସିଛି। ଏବେ ସେ ହସପିଟାଲରୁ ଡିସଚାର୍ଜ ହୋଇ ଘରେ ରହି ଆରାମ କରିବେ। ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ।

କିନ୍ତୁ ଅଭିଷେକ ବଚ୍ଚନ ହସପିଟାଲରେ ରହିବେ। ସେ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି। ଖୁବଶୀଘ୍ର ସେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଟ୍ଵିଟ୍‌ କରି ଜଣାଇଛନ୍ତି।