ଜମ୍ମୁ କଶ୍ମୀର : କ୍ୱାଜିଗୁଣ୍ଡ ବ୍ଲକ ଅନ୍ତର୍ଗତ ବେସୁର ବିଜେପି ସରପଞ୍ଚଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ସରପଞ୍ଚଙ୍କ ନାଁ ସଜ୍ଜାଦ ଅହମ୍ମଦ ।
ଘର ଆଗରେ ଆଜି ସକାଳେ ତାଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଗତ ୪୮ ଘଣ୍ଟା ଭିତରେ ଜମ୍ମୁ କଶ୍ମୀରରେ ସରପଞ୍ଚଙ୍କୁ ଆତଙ୍କବାଦୀ ଗୁଳି କରିବା ଦ୍ୱିତୀୟ ଘଟଣା । ଗତ ୪ ତାରିଖ ସନ୍ଧ୍ୟାରେ ଅଖରାନରେ ଜଣେ ବିଜେପି ସରପଞ୍ଚଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ ।