ମୁମ୍ବାଇ : ପୁଣି ଆଉ ଏକ ପ୍ରୋଜେକ୍ଟ ନେଇ ଆସିଛନ୍ତି ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଆଗାମୀ ଫିଲ୍ମ ଡେଞ୍ଜରିୟସର ପ୍ରଥମ ଲୁକ୍ ରିଲିଜ କରିଛନ୍ତି । ଆଉ ଏହି ଫିଲ୍ମରେ ଓଡ଼ିଆ ନାୟିକା ଅପସରା ରାନୀଙ୍କୁ ବି ରିପିଟ୍ କରିଛନ୍ତି । ଏହି ସୂଚନା ନିର୍ଦ୍ଦେଶକ ନିଜେ ଟ୍ୱିଟ୍ରେ ସୂଚନା ଦେଇଛନ୍ତି । ଏହି ଫିଲ୍ମ ଡେଞ୍ଜରିୟସରେ ଦୁଇ ନାୟିକା ଅପସରା ଓ ନୈନା ଗାଙ୍ଗୁଲି ନଜର ଆସିବେ । ଏହା ହେଉଛି ଏକ ଏପିକ୍ ଇମୋସନାଲ କ୍ଲାସିକ୍ ଲଭ୍ ଷ୍ଟୋରୀ ବୋଲି ରାମୁ ସୂଚନା ଦେଇଛନ୍ତି ।
ଅପସରା ରାନୀ ମଧ୍ୟ ରାମ ଗୋପାଳ ବର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟରେ ଲେଖିଛନ୍ତି , ଧନ୍ୟବାଦ ସାର୍ , ମୋତେ ଏହି ଫିଲ୍ମର ଏକ ପାର୍ଟ କରିଥିବାରୁ । ମୁଁ ପ୍ରକୃତରେ ବିଶ୍ବାସ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଶାରୀରିକ ସମ୍ପର୍କକୁ ସମାନ ସମ୍ମାନ ରହିବା ଆବଶ୍ୟକ … ପ୍ରକୃତରେ LGBT ସମ୍ପ୍ରଦାୟକୁ ସମର୍ଥନ କରିବା।
ଏହା ପୂର୍ବରୁ ଅପସରା ରାନୀ ରାମୁଙ୍କ ଥ୍ରୀଲର ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଛନ୍ତି । ନିକଟରେ ତାର ଟ୍ରେଲର ରିଲିଜ୍ ହୋଇଥିଲା ।