Odia News Portal

କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ( ଆଇଏନ୍‌ସି)ର ପ୍ରବକ୍ତା  ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ହୋଇଛି ।  କୁହାଯାଉଛି କି  ବୁଧବାର ସନ୍ଧ୍ୟାରେ  ଏକ ଟିଭି ଶୋ’ ବେଳେ  ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା  । କିଛି ସମୟ ପରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା ।

କଂଗ୍ରସର ସଚିବ (ସଞ୍ଚାର) ଡାଃ ବିନିତ ପୂନିଆ ତାଙ୍କର ମୃତ୍ୟୁର ଖବର ଦେଇଥିଲେ । ସୂଚନା ପାଇଁ ବିଜେପିର ପ୍ରବକ୍ତା ସମ୍ୱିତ୍‌ ପାତ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ତ୍ୟାଗୀ ବୁଧବାର ସନ୍ଧ୍ୟା ପାଖାପାଖି ୩ଟା ୪୫ ହେବ ନିଜର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍‌ କରିଥିଲେ ।  ନିଧନର  ସୂଚନା ଦେଇ ଡାଃ ପୂନିଆ ଟ୍ୱିଟ୍‌ କରିଥିଲେ , ଭାରତୀୟ ରାଷ୍ଟ୍ରୀୟ  କଂଗ୍ରେସର ପ୍ରବକ୍ତା ଓ ବରିଷ୍ଠ  କଂଗ୍ରେସ  ନେତା ଶ୍ରୀ ରାଜୀବ୍‌ ତ୍ୟାଗୀ ଆଉ ନାହାଁନ୍ତି ।  ତାଙ୍କର ପରିବାର  ଲୋକ ଓ  ପ୍ରଶଂସକଙ୍କୁ ମୋର ହାର୍ଦ୍ଦିକ ସମ୍ୱେଦନା ।

ବିଜେପି ନେତା ସମ୍ୱିତ୍‌ ପାତ୍ର ଲେଖିଛନ୍ତି କି , ବିଶ୍ୱାସ ହେଉନାହିଁ  କଂଗ୍ରେସର ପ୍ରବକ୍ତା  ମୋର ମିତ୍ର ଶ୍ରୀ  ରାଜୀବ୍‌ ତ୍ୟାଗୀ  ଆମ ସାଥିରେ ଆଉ ନାହାଁନ୍ତି ।  ଆଜି ସନ୍ଧ୍ୟା ୫ଟାରେ ଆମେ ଦୁହେଁ ସାଥିରେ ଡିବେଟ୍‌ ମଧ୍ୟ କରିଥିଲୁ ।  ଜୀବନ ବହୁତ ଅନିଶ୍ଚିତ … ଏବେ ମଧ୍ୟ ଆଉ କିଛି ଶବ୍ଦ ପାଉନି ଲେଖିବାକୁ । ହେ ଗୋବିନ୍ଦ ରାଜୀବ୍‌ ଜୀଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ।

ଉଲ୍ଲେଖନୀୟ ଯେ, ରାଜୀବ୍‌ ତ୍ୟାଗୀ ଟିଭି ଜଗତରେ ନିଜର ମତ ରଖିବାରେ ଖୁବ୍‌ ଚର୍ଚ୍ଚିତ ଥିଲେ ।