Odia News Portal

ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି

ଭୁବନେଶ୍ୱର()  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି ।  ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି । ଆଟଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଟେଷ୍ଟ କରାଯାଇଛି ।  ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।