Odia News Portal

ରାସାୟନିକ କାରଖାନାରେ ବିସ୍ଫୋରଣ : ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ

ପାଲଘର : ମହାରାଷ୍ଟ୍ର ପାଲ୍‌ଘରରେ ଥିବା ଏକ ରାସାୟନିକ କାରଖାନାରେ ସୋମବାର ସନ୍ଧ୍ୟାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଆଖପାଖର ୧୦ କିଲୋମିଟର ଯାଏ କମ୍ପନ ଅନୁଭୂତ ହୋଇଥିଲା ।

ପାଲଘର ତାରାପୁର ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ ଥିବା ନଡୋଲିଆ ଅର୍ଗନିକ୍‌ କେମିକାଲ ଫ୍ୟାକ୍ଟି୍ରରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ନିଆଁ ଲାଗିଯାଇଛି । ତେବେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ କାରଖାନାର କିଛି କର୍ମଚାରୀ ନିଖୋଜ ଥିବା ଜଣାଯାଇଛି । ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ ।