Odia News Portal

ଏଣିକି ହେଲମେଟ ଓଜନ ହେଲେ ଗଣିବେ ଟଙ୍କା

ଟ୍ରାଫିକ ବ୍ୟବସ୍ଥାରେ ନୂଆ ନିୟମ । ମଧ୍ୟପ୍ରଦେଶ ସରକାର ଟ୍ରାଫିକ ବ୍ୟବସ୍ଥା ନେଇ ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ମଧ୍ୟପ୍ରଦେଶରେ ହେଲମେଟ ଦେଢ କେଜିରୁ ଉଦ୍ଧ୍ୱର୍ ହେଲେ ଗାଡି ଚାଳକ ଗଣିବେ ଜରିମାନା । ଯଦି କୌଣସି ଗାଡି ଚାଳକ ଦେଢ କେଜିରୁ ଅଧିକ ଓଜନର ହେଲମେଟ ବ୍ୟବହାର କରନ୍ତି ତେବେ ତାଙ୍କୁ ୧୦୦୦ ଟଙ୍କା ଜରିମାନା ଗଣିବାକୁ ପଡିବ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁସାରେ, ପୁର୍ବରୁ ହେଟମେଟ ବ୍ୟବହାର ନେଇ କୌଣସି ନିୟମ ନଥିଲା । ହେଲେ ଏବେ ହେଲମେଟ ବ୍ୟବହାର ନେଇ ନୂଆ ନିୟମ ଲାଗୁ ହୋଇଛି । ଏହାସହ ଯେଉଁ କମ୍ପାନି ଅଧିକ ଓଜନର ହେଲମେଟ ବିକ୍ରି କରିବେ ସେମାନଙ୍କୁ ୨ଲକ୍ଷ ଟଙ୍କା ସହ ୬ମାସ ପର୍ୟ୍ୟନ୍ତ ଜେଲ ହେବ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାହୋଇଛି । ହେଲମେଟ କମ ଓଜନ ଏବଂ ଏହାରି ଭିତରେ ଭେଣ୍ଟିଲେଟର ରଖାହେବ । ଯାହାଦ୍ୱାରା ଲୋକମାନଙ୍କୁ ନିସ୍ୱାସ ନେବାରେ ସୁବିଧା ହେବ ବୋଲି ଏହି ବିଜ୍ଞପ୍ତିରେ ଲେଖାହୋଇଛି ।